୫୩ଟି ପରିବାରକୁ ଘରଡ଼ିହ ପଟ୍ଟା ବଣ୍ଟନ

Advertisment
୫୩ଟି ପରିବାରକୁ ଘରଡ଼ିହ ପଟ୍ଟା ବଣ୍ଟନ

ରାୟଗଡ଼ା: ଜିଲ୍ଳା ସଦର ବ୍ଳକ ନାକଟି ଗ୍ରାମ ପଂଚାୟତର ସଦର ନାକଟି ଗ୍ରାମର ଘରବାରି ହୀନ ୫୩ଜଣ ପରିବାରଙ୍କୁ ପ୍ରଶାସନ ତରଫରୁ ଘରଡିହ ପଟ୍ଟା ବଂଟନ କରାଯାଇଛି।୭୭ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡା ଉପଜିଲ୍ଳାପାଳ ଭୀମସେନ ଶବର ଏହି ପଟ୍ଟାଗୁଡିକ ବଂଟନ କରିଛନ୍ତି। ଦୀର୍ଘ ବର୍ଷ ଧରି ନାକଟି ଗ୍ରାମର ୫୩ଜଣ ପରିବାର ଘରବାରୀ ପଟ୍ଟା ପାଇ ନ ଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହେଉଥିଲେ।ବାରମ୍ବାର ପ୍ରଶାସନ ନିକଟରେ ଦାବି କରିବା ସ୍ୱତେ ସେମାନଙ୍କ ଦାବି ପୂରଣ ହୋଇ ପାରି ନ ଥିବା ବେଳେ ଉପଜିଲ୍ଳାପାଳ ଶ୍ରୀ ଶବର ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତର ସହ ନେଇ ଘରବାରି ପଟ୍ଟା ପ୍ରଦାନ କରିଛନ୍ତି। ଘରବାରି ପଟ୍ଟା ପାଇବା ପରେ ଗ୍ରାମବାସୀ ପ୍ରଶାସନକୁ ଧନ୍ୟବାଦ ଜଣାଇଥିବା ବେଳେ ଏହି ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, ଅତିରିକ୍ତ ତହସିଲଦାର ପର୍ଶୁରାମ ଭତ୍ରା, ରାଜସ୍ୱ ପରିଦର୍ଶକ ଦେବୀ ପ୍ରସାଦ ମଲ୍ଳିକ, ରାଜସ୍ୱ ନିରୀକ୍ଷକ ଅଶୋକ କୁମାର ବାଉରୀ, ଅମିନ ଦେବରାଜ ଗାଂଟାଙ୍କ ସମେତ ସ୍ଥାନୀୟ ସରପଂଚ ଓ ସମିତି ସଭ୍ୟ ଭୂଷଣ ବିଡିକା ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe