ପାଇପ୍‌ଲାଇନ୍‌ରେ କ୍ଷତିଗ୍ରସ୍ତ ହେଉଛି ଚାଷଜମି

ପାଇପ୍‌ଲାଇନ୍‌ରେ କ୍ଷତିଗ୍ରସ୍ତ ହେଉଛି ଚାଷଜମି

କବାଟବନ୍ଧ: ଯୋଡ଼ାରୁ ପାରାଦୀପ ପର୍ଯ୍ୟନ୍ତ ଲୁହାପଥର ପରିବହନ ପାଇଁ କେଇସି ନାମକ ଏକ ଠିକାସଂସ୍ଥା ବନ୍ଧବାଡ଼, ଚାଷଜମିରେ ମନଇଚ୍ଛା ଖୋଲି ପାଇପ୍ ବିଛାଇ ଚାଲିଛି। ଏହି ଠିକାସଂସ୍ଥା ସମସ୍ତ ନିୟମ ଉଲ୍ଲଂଘନ କରି ଚାଷୀ ତଥା ଜମି ମାଲିକଙ୍କ ବିନା ଅନୁମତିରେ ଚାଷଜମିରେ ପାଇପ୍ ରଖିବା ସହ ଖୋଳି ଖିନ୍‌ଭିନ୍‌ କରିଦେଉଛି। ଫଳରେ ବହୁ ଜମିରେ ଏବେ ଚାଷ କରିବା ମୁସ୍କିଲ ହୋଇଗଲାଣି।

ଧର୍ମଶାଳା ବ୍ଲକ କବାଟବନ୍ଧ ଅଞ୍ଚଳର ଅନେକ ଚାଷୀ ଓ ଜମି ମାଲିକଙ୍କ ଅଭିଯୋଗ ଅନୁସାରେ ବଳରାମପୁର-୨ ଆର୍‌ଆଇ ସର୍କଲ ଅନ୍ତର୍ଗତ ଗୋହିରାଟିକର ମୌଜାର ପ୍ଲଟ୍ ନମ୍ବର ୯୩୩, ୯୩୪, ୯୩୦, ୯୩୧, ୧୧୩୬, ୧୧୬୦, ୧୧୬୧, ୯୩୭ ଉପରେ ଥିବା ୨ ଏକର ୧୮ ଡେସିମିଲ ଚାଷଜମି ଓ ଏକ ପୋଖରୀକୁ ତାଡ଼ି ସଂପୃକ୍ତ ଠିକାସଂସ୍ଥା ପାଇପ ଲାଇନ ନେଉଛି। ଏ ସଂପର୍କରେ ଜମି ମାଲିକ ସ୍ବରୂପ ରଂଜନ ମହାନ୍ତି, ହରେକୃଷ୍ଣ ମହାନ୍ତି, ଅରବିନ୍ଦ କୁମାର ମହାନ୍ତି ପ୍ରଭୃତି ଠିକାସଂସ୍ଥା ନିକଟରେ ଦୁଇମାସ ତଳେ ଅଭିଯୋଗ କରିଥିଲେ। ସଂପୃକ୍ତ ସଂସ୍ଥା ଏମାନଙ୍କ କଥା ନଶୁଣି ଜୋରଜବରଦସ୍ତ ଜମି ନଷ୍ଟକରି ପାଇପ ବିଛାଇ ଚାଲିଥିବାର ଅଭିଯୋଗ ହୋଇଛି। ଏହାଛଡ଼ା ସେଠାରେ ଥିବା ଏକ ପୋଖରୀବନ୍ଧ ଖୋଳି ଦେଇଥିବାରୁ ପୋଖରୀରେ ଥିବା ମାଛ ନଷ୍ଟ ହୋଇଯାଇଥିବା କୁହାଯାଇଛି। ମାସମାସ ଧରି ସେମାନଙ୍କର ତଥା ପାର୍ଶ୍ବବର୍ତ୍ତୀ ଜମି ମାଲିକଙ୍କ ଜମି ଉପରେ ବଡ଼ବଡ଼ ପାଇପ ଓ ମେସିନ ରଖାଯାଇଥିବାରୁ ଚାଷକାମରେ ବାଧା ଉପୁଜିଛି। ଏ ସଂପର୍କରେ କିଛି ଚାଷୀ ଠିକାସଂସ୍ଥାକୁ ଓକିଲ ନୋଟିସ କରିଥିବାର ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe