ଜମି ମାଫିଆଙ୍କ କବଜାରେ ଖୋର୍ଦ୍ଧା: ମାଫିଆଙ୍କ ଭୟରେ ରାତି ଅଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେଲେ ପରିବାର

Advertisment
ଜମି ମାଫିଆଙ୍କ କବଜାରେ ଖୋର୍ଦ୍ଧା: ମାଫିଆଙ୍କ ଭୟରେ ରାତି ଅଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶ୍ରୟ ନେଲେ ପରିବାର

ଖୋର୍ଦ୍ଧା: ଖୋର୍ଦ୍ଧାରେ ବେଆଇନ ଭାବେ ଜମି ଦଖଲ କରି ମାଙ୍କଡ଼ାପଥର, ମୋରମ ଖୋଳିନେବା ଏକ ନିୟମିତ ଘଟଣା। ନିକଟରେ, ଖୋର୍ଦ୍ଧା ଉପଖଣ୍ଡ ତରତୁଆ ଠାରେ ଗରିବ ଆଦିବାସୀଙ୍କୁ ଡାଲି-ଚାଉଳ ଦେଇ ସେମାନଙ୍କ ଜମି ହଡ଼ପ କରିବା ଘଟଣା ସମ୍ବାଦରେ ପ୍ରକାଶ ପାଇଥିଲା।ଗତକାଲି ରାତିରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି କାଳୁପଡ଼ାଘାଟ ଅଂଚଳର ଏକ ପରିବାର ଜମି ମାଫିଅାଙ୍କ ଆକ୍ରମଣରେ ଭୟଭୀତ ହୋଇ ଜିଲ୍ଲାପାଳଙ୍କ ପିଣ୍ଡାରେ ଆଶ୍ରୟ ନେଇଛନ୍ତି।

ଯମୁନା ବେହେରା (୭୫) ତାଙ୍କ ପୁଅ, ବୋହୁ, ନାତି ନାତୁଣୀ ସମେତ ୬ ଜଣ ସଦସ୍ୟ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପିଣ୍ଡାରେ ପହଂଚିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ସାମାନ୍ୟ ଆହତ ହୋଇଥିଲେ। ସକାଳେ କାର୍ଯ୍ୟାଳୟ ଖୋଲିବା ବେଳେ କାର୍ଯ୍ୟାଳୟର କର୍ମଚାରୀ ସେମାନଙ୍କୁ ଦେଖି ଥାନାକୁ ଖବର ଦେଇଥିଲେ ପୁଲିସ ଆସି ସେମାନଙ୍କୁ ନେଇ ଅଭିଯୋଗ ପ୍ରକୋଷ୍ଠରେ ବସାଇଥିଲେ।

ଯମୁନାଙ୍କ କହିବାନୁସାରେ, ତାଙ୍କ ଘର ଟାଙ୍ଗୀଥାନା ଅନ୍ତର୍ଗତ କାଳୁପଡ଼ାଘାଟ ନିକଟବର୍ତୀ ଜଗନ୍ନାଥପୁର ପାଟଣା କରୋନା ପୂର୍ବରୁ ଗାଁର କେତେକ ଲୋକ ସେମାନଙ୍କ ଜମିକୁ ବଳପୂର୍ବକ ଅଧିକାର କରିନେଇ ସେହି ଜମି ଉପରେ ଏକ ମନ୍ଦିର, ପାଣିଟାଙ୍କି ଓ ରାସ୍ତା ଆଦି ନିର୍ମାଣ କରିଛନ୍ତି। ଏହାକୁ ନେଇ ସେମାନେ ବିରୋଧ କରିବାରୁ ୩ ଥର ସେମାନଙ୍କ ଉପରେ ଆକ୍ରମଣ ହୋଇଛି। ୪ ତାରିଖରେ ପୁଣି ସେମାନଙ୍କୁ ସେମାନଙ୍କ ଘରୁ ଘଉଡ଼ାଇବାକୁ ୧୦-୧୫ ଜଣ ଆସି ଆକ୍ରମଣ କରିଥିଲେ। ଏନେଇ ସେମାନେ ଟାଙ୍ଗୀ ଥାନାର ଦ୍ୱାରସ୍ଥ ହୋଇଥିଲେ ତେବେ ଟାଙ୍ଗୀ ଥାନା ଅଧିକାରୀ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତେ ଓଲଟି ସେମାନଙ୍କୁ ଗାଳିଗୁଲଜ କରିବା ସହ ଥାନାରୁ ତଡ଼ିଦେଇଥିଲେ ବୋଲି ଯମୁନା ଅଭିଯୋଗ କରିଛନ୍ତି।

ଏନେଇ ସେମାନେ ଚଳିତ ମାସ ୨୧ ତାରିଖରେ ଏସ୍ଡିପିଓଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ଟାଙ୍ଗୀ ଥାନାର ଏଭଳି ଦୁର୍ବ୍ୟବହାର ଗତ ୧ ବର୍ଷ ଧରି ଚାଲିଛି। ଏନେଇ ସେମାନେ ଏସ୍ଡିପିଓଙ୍କ ଠାରୁ ଆରମ୍ଭ କରି ଏସ୍ପି ଓ ଜିଲ୍ଲାପାଳଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଏଯାଏଁ ସେମାନଙ୍କୁ କୌଣସି ନ୍ୟାୟ ମିଳିପାରିନାହିଁ। ଯମୁନାଙ୍କ ପରିବାର କହିଛନ୍ତି। ସେମାନଙ୍କୁ ନ୍ୟାୟ ମିଳିବା ଯାଏଁ ଜିଲ୍ଲାପାଳଙ୍କ ପିଣ୍ଡାରେ ରହିବେ ଯଦି ସେମାନଙ୍କର କିଛି ହୁଏ ତେବେ ଏଥିପାଇଁ ଟାଙ୍ଗୀଥାନା ଅଧିକାରୀ ଦାତେବେ ଆଜି ପୁଲିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ସେମାନଙ୍କୁ ବୁଝାଶୁଝା କରିଥିଲେ।

ଏନେଇ ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ ତାଙ୍କୁ ବୁଝାଶୁଝା କରି ଫେରାଇଛୁ। ଏନେଇ ପଦକ୍ଷେପ ନେବାକୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନାନୁସାରେ ସମସ୍ୟାର ସମାଧାନ ପାଇଁ ନିଶ୍ଚିତ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe