Advertisment

ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଫସର ଫାଟିଲା

Advertisment
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଫସର ଫାଟିଲା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମନ୍ତ ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଯବାନ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ଘଟଣା ଅନୁଯାୟୀ ପାଲମପାଲୀ ଥାନା ଅନ୍ତର୍ଗତ ଆଟୁଲପାରା ଜଙ୍ଗଲରେ ନକ୍ସଲ ଏକ ଆମ୍ବ ଗଛତଳେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ବୋମା ଖଞ୍ଜିଥିଲେ। ତେବେ ପାଲମପାଲୀ ଥାନାରେ ଅବସ୍ଥାପିତ ୭୪ ସିଆରପିଏଫ ବାଟାଲିୟନର ଯବାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଲ୍ୟାଣ୍ଡମାଇନକୁ ଠାବ କରିଥିଲେ।

publive-image Sambad

ଲ୍ୟାଣ୍ଡମାଇନକୁ ଠାବ କରିବା ପରେ ତୁରନ୍ତ ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳରେ ଡକାଯାଇଥିଲା। ଅତି ସତର୍କତାର ସହ ଏହି ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ବୋମା ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବହୁ ଯବାନଙ୍କୁ କ୍ଷତି ପହଞ୍ଚାଇ ପାରିଥାନ୍ତା। ତେବେ ନକ୍ସଲଙ୍କର ଏହି ଯୋଜନା ଫସର ଫାଟିଲା ବୋଲି ପୁଲିସ କହିଛି। ଏହି ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe