ବାରିପଦାରେ ମାତିଛନ୍ତି ଜମି ମାଫିଆ-୪: ନଦୀ ଶଯ୍ୟା ଜବରଦଖଲକୁ ନେଇ ତୀବ୍ର ହେଉଛି ଅସନ୍ତୋଷ, ପୁଣିଥରେ ଜିଲ୍ଲାପାଳଙ୍କୁ ଭେଟିଲେ ବରିଷ୍ଠ ନାଗରିକ ସଂଘ

କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ, ବେଆଇନ ନିର୍ମାଣ ଭଙ୍ଗାଯିବାନେଇ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି

ବାରିପଦାରେ ମାତିଛନ୍ତି ଜମି ମାଫିଆ-୪: ନଦୀ ଶଯ୍ୟା ଜବରଦଖଲକୁ ନେଇ ତୀବ୍ର ହେଉଛି ଅସନ୍ତୋଷ, ପୁଣିଥରେ ଜିଲ୍ଲାପାଳଙ୍କୁ ଭେଟିଲେ ବରିଷ୍ଠ ନାଗରିକ ସଂଘ

ବାରିପଦା: ବାରିପଦାରେ ଜମି ମାଫିଆଙ୍କ ଦୌରାତ୍ମ୍ୟକୁ ନେଇ ଘନଉଛି ଅସନ୍ତୋଷ। ସହରସ୍ଥିତ ଜରାଳୀ-ସରାଳୀ ନଦୀ ଶଯ୍ୟା ଜବରଦଖଲକୁ ନେଇ ତାତି ବଢ଼ିବାରେ ଲାଗିଛି। ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିବା ବରିଷ୍ଠ ନାଗରିକ ଫୋରମ ଏବଂ ମଧୁବନ ଉନ୍ନୟନ ପରିଷଦର କର୍ମକର୍ତ୍ତାମାନେ ଆଜି ପୁଣିଥରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ସରକାରୀ ନିର୍ମାଣକୁ ବେଆଇନ ଭାବେ ଭାଙ୍ଗି ଅନୈତିକ ଭାବେ ନିଜର ଫାଇଦା ନେବାକୁ ଚେଷ୍ଟା କରୁଥିବା ଉକ୍ତ ଜମି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ନାଗରିକ ଫୋରମ। ଉକ୍ତ ଜମି ମାଫିଆ ବିରୋଧର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନତ୍ମକ ପନ୍ଥା ଅବଲମ୍ବନ କରାଯିବ।

ଏନେଇ ସୃଷ୍ଟି ହେବାକୁ ଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କେହି ଦାୟୀ ରହିବେନି ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ବରିଷ୍ଠ ନାଗରିକ ଫୋରମ୍‌ର ସଭାପତି ଡ. ଯୋଗେନ୍ଦ୍ର ନାଥ ପଣ୍ଡା। ତେବେ ସମସ୍ତ ପ୍ରସଙ୍ଗ ଶୁଣିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ବେଆଇନ ନିର୍ମାଣକୁ ମଧ୍ୟ ଭଙ୍ଗାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ। ଉଲ୍ଲେଖଯୋଗ୍ୟଯେ ନିଜର ବ୍ୟବସାୟିକ ସ୍ବାର୍ଥ ହାସଲ ପାଇଁ ଜରାଳୀ-ସରାଳୀ ନଦୀର ଉଭୟ ପାର୍ଶ୍ବରେ ହୋଇଥିବା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପଥର ପ୍ୟାକିଂକୁ ଭାଙ୍ଗି ଜନୈକ ଜମି ମାଫିଆ ଜବରଦଖଲ କରି ପକ୍କା ପାଚେରୀ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଏବେ ନଦୀଶଯ୍ୟା ଅଣଓସାରିଆ ହୋଇଯାଇଛି ।  ବର୍ଷା ଆସିଲେ ଏବେ ଭୟଭୀତ ହେଉଛନ୍ତି ଏହି ନଦୀ କଡରେ ରହୁଥିବା ଅଞ୍ଚଳବାସୀ ।

ଏନେଇ ମଧୁବନ ଉନ୍ନୟନ ପରିଷଦ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତହସିଲଦାର , ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା। ଉକ୍ତ ମାଫିଆ ଜଣଙ୍କ ନଦୀର ଉଭୟ ପାର୍ଶ୍ବରେ ପ୍ରାକୃତିକ ଜଳ ଉତ୍ସକୁ ପୋତି ବ୍ୟବସାୟିକ କାର୍ଯ୍ୟ ଚଲାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe