ସୁନାବେଡା ଅଭୟାରଣ୍ୟରେ ସିଆର୍‌ପିଏପ୍‌ ଯବାନଙ୍କ କମ୍ବିଂ ଅପରେସନ୍‌ ବେଳେ ଲ୍ୟାଣ୍ଡମାଇନ୍‌ ଠାବ

Advertisment
ସୁନାବେଡା ଅଭୟାରଣ୍ୟରେ ସିଆର୍‌ପିଏପ୍‌ ଯବାନଙ୍କ କମ୍ବିଂ ଅପରେସନ୍‌ ବେଳେ ଲ୍ୟାଣ୍ଡମାଇନ୍‌ ଠାବ

ନୂଆପଡ଼ା: କମ୍ବିଂ ଅପରେସନ୍‌‌ ‌ବେଳେ ଲ୍ୟାଣ୍ଡମାଇନ୍‌ ଠାବ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଚେରେଚୁଆଁ ତନଖି ଫାଟକ ଏବଂ ବନ୍ୟପ୍ରାଣୀ ବିଭାଗ ବିଟ ହାଉସ ନିକଟରେ ଆଜି ପୂର୍ବାହ୍ନରେ ୧୫ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରାଯାଇଥିବା ଜଣାଯାଇଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ୨୧୬ ନମ୍ବର ସିଆର୍‌ପିଏଫ୍‌ ବାଟାଲିଅନ୍‌ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା।ଘଟଣାସ୍ଥଳରେ ତନଖି ଫାଟକ ସମ୍ମୁଖରେ ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିବା ବେଳେ ଦୁଇଟି ତାର ଦେଖି ସନ୍ଦେହ କରି ତଦନ୍ତ କରାଯାଇଥିଲା।

publive-image

ସିଆର୍‌ପିଏଫ୍‌ ବାଟାଲିଅନ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ଦଳ ଏବଂ ବୋମା ନିଷ୍କ୍ରିୟ ଦଳ ପହଁଞ୍ଚି ଘଟଣା ତଦନ୍ତ କରିଥିଲେ। ପୋତା ଯାଇଥିବା ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କରିବା ସହ ଘଟଣାର ତଦନ୍ତ ଚାଲୁଥିବା ସିଆରପିଏଫ ଇନିସ୍ପେକ୍ଟର ନରେନ୍ଦ୍ର ପ୍ରକାଶ କରିଛନ୍ତି। ଏହି ତଦନ୍ତ ବେଳେ ଚେରେଚୁଆଁ ସୁନାବେଡା ଏବଂ କୋମନା ଚେରେଚୁଆଁ ସଡ଼କକୁ ସିଲ କରିଥିଲେ। ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କରାଯିବା ପରେ ବର୍ତ୍ତମାନ ଯାତାୟାତ ସ୍ବାଭାବିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe