ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ

Advertisment
ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀ ନକ୍ସଲଙ୍କର ବଡ ଆକ୍ରମଣକୁ ଭଣ୍ଡୁର କରିଛନ୍ତି। ସୁକମା ଜିଲ୍ଲାର କିସ୍ତରାମ ଜଙ୍ଗଲରେ ପୁଲିସ ଗାଡିକୁ ଟାର୍ଗେଟ କରିବା ପାଇଁ ନକ୍ସଲ ବୋମା ଖଞ୍ଜିଥିଲେ। ତେବେ ଏହି ଅଚଳକୁ ସର୍ଚ୍ଚ ଅପରେସନରେ ଯାଇଥିବା ସିଆରପିଏଫ ଯବାନ ଏହି ବୋମା ଗୁଡିକକୁ ଠାବ କରିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡିକକୁ ନିଷ୍କ୍ରିୟ କରିଥିଲେ।

ନକ୍ସଲଙ୍କର ଏକ ବଡ ଯୋଜନାକୁ ପଣ୍ଡ କରିଥିଲା ସୁରକ୍ଷାକର୍ମୀ। ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପୁଲିସ ଭ୍ୟାନ ୨୦ରୁ ୩୦ ଫୁଟ ଉଚ୍ଚକୁ ଉଡିଥାନ୍ତା ବୋଲି ପୁଲିସ କହିଛି। ତେବେ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୁଲିସ ଓ ଯବାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe