୨ଟି ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ, ଯବାନଙ୍କୁ ଟାର୍ଗେଟ କରି ପୋତିଥିଲେ ନକ୍ସଲ

୨ଟି ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ, ଯବାନଙ୍କୁ ଟାର୍ଗେଟ କରି ପୋତିଥିଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁଠାରେ ଦୁଇଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି ଯବାନ। ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଜଙ୍ଗଲରେ ଦୁଇଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ତେବେ ସବୁଦିନ ଭଳି ଆଇଟିବିପି ଯବାନ ବରକରକୋଟା ଜଙ୍ଗଲରେ କମ୍ବିଂ କରୁଥିବା ବେଳେ ଦୁଇଟି ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ। ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିଥିଲେ। ହେଲେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣା ଘଟିବା ପୂର୍ବରୁ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯାଇଥିଲା, ଯେଉଁ କାରଣରୁ ଯବାନଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା।

publive-image

ଲ୍ୟାଣ୍ଡମାଇନ ଥିବା ଜାଣି ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଜଙ୍ଗଲରେ ପହଞ୍ଚି ଦୁଇଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି। ଲ୍ୟାଣ୍ଡମାଇନର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗାଡିକୁ ତିରିଶିରୁ ଚାଳିଶି ଫୁଟ ଉପରକୁ ଉଡାଇ ପାରିଥାନ୍ତା ବୋଲି ଯବାନ କହିଛନ୍ତି। ତେବେ ନକ୍ସଲଙ୍କର ଏହି ଚାଲ ଫସର ଫାଟିଲା ବୋଲି କୁହାଯାଇଛି। ଲ୍ୟାଣ୍ଡମାଇନ ମିଳିବା ପରେ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe