ଲ୍ୟାଣ୍ଡମାଇନ ଉଦ୍ଧାର ଓ ନିଷ୍କ୍ରିୟ କଲେ ଯବାନ

ଲ୍ୟାଣ୍ଡମାଇନ ଉଦ୍ଧାର ଓ ନିଷ୍କ୍ରିୟ କଲେ ଯବାନ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ପରେ ନିଷ୍କ୍ରିୟ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ବିଏସଏଫ ଏବଂ ଡିଆରଜି ଯବାନ ରାଜଘାଟ ଥାନା ଅଞ୍ଚଳର ରାଜଘାଟ ଏବଂ ବରଣ୍ଡା ମଧ୍ୟରେ ନକ୍ସଲ ରାସ୍ତା କଡରେ ଏକ ଲ୍ୟାଣ୍ଡମାଇନକୁ ଖଞ୍ଜିଥିବା ସୂଚନା ପାଇବା ପରେ ସେହି ଅଞ୍ଚଳରେ କୁମ୍ବିଂ ଆରମ୍ଭ କରିଥିଲେ।

publive-image Sambad

ଖବର ଯାହା ମିଳିଥିଲା ତାହା ହିଁ ହୋଇଥିଲା। ନକ୍ସଲ ଏକ ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ଖଞ୍ଜିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ। ତେବେ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆ ଯାଇପାରିଛି ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe