ଭୁଷୁଡ଼ିଲା କଳାପଥର ଖାଦାନ: ଚାପି ହୋଇଗଲେ ୨ ମେସିନ କର୍ମଚାରୀ

ଭୁଷୁଡ଼ିଲା କଳାପଥର ଖାଦାନ: ଚାପି ହୋଇଗଲେ ୨ ମେସିନ କର୍ମଚାରୀ

ଧର୍ମଶାଳା: ଧର୍ମଶାଳାର ଡଙ୍କାରୀ ପାହାଡରେ କଳାପଥର ଖାଦାନ ଭୁଷୁଡ଼ି ପଡ଼ିଛି। ଫଳରେ ୨ ମେସିନ କର୍ମଚାରୀ ଚାପି ହୋଇଯାଇଥିବା କୁହାଯାଉଛି।  ମାଟିତଳେ ଏକାଧିକ ଶ୍ରମିକ  ପଥର ତଳେ ପୋତିହୋଇ ରହିଥିବା ଆଶଙ୍କା ପ୍ରକାଶ ପାଇଛି।  ତେବେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଖବର ପାଇ ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ମୃତାହତଙ୍କୁ ନେଇ କୌଣସି ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆନ୍ଧ୍ରପ୍ରଦେଶର ଜଣେ ଠିକାଧାରଙ୍କ ଦ୍ବାରା ଖାଦାନରେ କାର୍ଯ୍ୟ କରାଯାଉଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ଲିଜ୍ ଅବା ଆଣ-ଲିଜ୍ ଜମି ସେ ନେଇ ମଧ୍ୟ ଯାଞ୍ଚ୍ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe