ଉତ୍କଳ ଆଲୁମିନାରେ ଲାପାରୋସ୍କୋପି ସୁବିଧା ଉଦ୍‌ଘାଟିତ

ଉତ୍କଳ ଆଲୁମିନାରେ ଲାପାରୋସ୍କୋପି ସୁବିଧା ଉଦ୍‌ଘାଟିତ

ରାୟଗଡା: ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ନିମନ୍ତେ ନିରନ୍ତର ପ୍ରତିବଦ୍ଧ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍ରର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନି ‘ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ’ ଟିକିରି ଠାରେ ଏକ ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଜଟାଲ ସ୍ଥାପନ କରିଛି ଯାହା ବାର୍ଷିକ ୩୦,୦୦୦ରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି। ସ୍ଥାନୀୟ ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା ଦୃଷ୍ଟିକୋଣରୁ ଉତ୍କଳ ହସ୍ପିଅଟାଲ ଲାପାରୋସ୍କୋପି ସୁବିଧା ଆରମ୍ଭ କରିଛି।ଯାହା ଫଳପ୍ରଦ ଅସ୍ତ୍ରୋପଚାରକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କର ଖର୍ଚ୍ଚ ଏବଂ ଚିକିତ୍ସା ଅବଧି ମଧ୍ୟ ହ୍ରାସ କରିବ।

ଏହି ବ୍ୟବସ୍ଥାକୁ ଉତ୍କଳ ଆଲୁମିନାର ୟୁନିଟ୍‍ ହେଡ ଓ ପ୍ରେସିଡେଣ୍ଟ ମଜହର ବେଗ୍ ଓ, ଉଜ୍ୱଳ ଉତ୍କଳ ଲେଡିଜ୍‍ କ୍ଲବର ପ୍ରେସିଡେଣ୍ଟ ହିନା ବେଗ୍ ଚଳିତ ନଭେମ୍ବର ମାସ ୧୨ ତାରିଖରେ ଉଦଘାଟନ କରିଥିଲେ। ୟୁନିଟ୍‍ ଏଚଆର୍‍ ହେଡ ବିଜୟ କୁମୁରା, ହେଡ୍‍ ଉତ୍କଳ ମେଡିକାଲ ସର୍ଭିସେସ୍‍ ଡଃ.ଅରିନ୍ଦମ୍ ରୟଚୌଧୁରୀ ଏବଂ ଉତ୍କଳ ଆଲୁମିନାର ହେଡ୍‍ ସିଏସ୍ଆର ତଥା ସିଆର୍ ଲୋପାମୁଦ୍ରା ମିଶ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ। ଉତ୍କଳ ଆଲୁମିନା ୟୁନିଟ ହେଡ୍ ମଜହର ବେଗ୍ ଉଦ୍‌ଘାଟନୀ ଉତ୍ସବରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରଖୁଥିବା ଏଭଳି ମହତ୍‍ ବ୍ୟବସ୍ଥାର ଶୁଭାରମ୍ଭ ନିମନ୍ତେ ଉତ୍କଳ ଆଲୁମିନାର ଚିକିତ୍ସା ଟିମ୍‌କୁ କୃତଜ୍ଞତା ଜଣାଇଥିଲେ। ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏହି ପ୍ରୟାସ ଜରିଆରେ ଆମେ ଉତ୍କଳ ଆଲୁମିନା ହସ୍ପିିଟାଲର ସହଯୋଗରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିଛୁ ଯାହା ଦ୍ୱାରା ଏହି ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe