ଶ୍ମଶାନରେ ଜଳୁନି ବିଜୁଳି ବତୀ: ବାଇକ ଆଲୁଅରେ ହେଲା ଅନ୍ତିମ ସଂସ୍କାର

Advertisment
ଶ୍ମଶାନରେ ଜଳୁନି ବିଜୁଳି ବତୀ: ବାଇକ ଆଲୁଅରେ ହେଲା ଅନ୍ତିମ ସଂସ୍କାର

ଉମରକୋଟ: ଉମରକୋଟ ଶ୍ମଶାନରେ ଆଲୁଅ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଦୀର୍ଘ ଦିନ ହେଲା ଶ୍ମଶାନ ଅନ୍ଧାରରେ ରହିଛି | ଫଳରେ ଗତକାଲି ଜଣେ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ବାଇକ ଆଲୁଅ ମାଧ୍ୟମରେ କରିବାକୁ ପଡ଼ିଛି। ମିଳିଥିବା ସୂଚନା ମୁତାବକ ଉମରକୋଟ ସହର ଗୁଲି ପାଟଣା ନିବାସୀ ବି.ନାଗେଶ୍ଵର ରାଓଙ୍କର ମୃତ୍ୟୁ ହେଇଥିଲା।

ତେବେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକମାନେ ଗତକାଲି ଅନ୍ତିମ ସଂସ୍କାର କରିବା ପାଇଁ ରାତି ପ୍ରାୟ ୮ଟା ସମୟରେ ଗଜପତି ଛକଠାରେ ଥିବା ଶ୍ମଶାନକୁ ନେଇ ଯାଇଥିଲେ। ତେବେ ଶ୍ମଶାନଠାରେ ଆଲୁଅ ବ୍ୟବସ୍ଥା ଥିଲେ ହେଁ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଲାଇଟ ଲାଗି ନ ଥିଲା। ଫଳରେ ଲୋକେ ନିରୁପାୟ ହୋଇ ବାଇକର ଆଲୁଅରେ ଅନ୍ତିମ୍ ସଂସ୍କାର କରିଥିଲେ।

publive-image

ଅନ୍ୟପକ୍ଷରେ ଶ୍ମଶାନଟି ଲଟାବୁଦାରେ ଭରପୁର ହୋଇ ରହିଥିବାବେଳେ ତାହାକୁ ମଧ୍ୟ ସଫା କରିବାକୁ ବ୍ୟବସ୍ଥା କରାଯାଉ ନାହିଁ। ଆଲୁଅ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ୱରର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏହି ସଂସ୍ଥା ତାହାର କାମ ଠିକ୍ ଭାବେ ନିର୍ବାହ କରୁନଥିବା ସହରବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe