ବେଦାନ୍ତରେ ଶ୍ରମିକ ମୃତ୍ୟୁ ଘଟଣା: କଡା ସୁରକ୍ଷା ଓ ଶୋକାକୁଳ ପରିବେଶରେ ହେଲା ସତ୍କାର

Advertisment

ବେଦାନ୍ତ ପକ୍ଷରୁ ମିଳିବ କ୍ଷତିପୂରଣ

ବେଦାନ୍ତ ପକ୍ଷରୁ ମିଳିବ କ୍ଷତିପୂରଣ

ଷ୍ଟେସନ ବାହାରୁ ଅଜଣା ଶବ ଅଦ୍ଧାର

deccan herald

ଭଦ୍ରକ: ଭଦ୍ରକର ବେଦାନ୍ତ ଫେକର ପରିସରରେ ଦୁର୍ଘଟଣାରେ ଗୁରୁତର ଶ୍ରମିକଙ୍କ ମୃତଦେହ ମୁମ୍ବାଇରୁ ଆସି ଆଜି ନିଜ ଗାଁରେ ପହଁଞ୍ଚିଛି। ବ୍ୟାପକ ସୁରକ୍ଷା ସହ ଶୋକକୁଳ ପରିବେଶର ମୃତ ଶ୍ରମିକର ଶବ ସତ୍କାର କରାଯାଇଛି। ଗାଁରେ ସବୁ ଲୋକଙ୍କ ଆଖିରେ ଥିଲା ଲୁହ। ଭଦ୍ରକ ଜିଲ୍ଲା ରାନ୍ଦୀଆ ସ୍ଥିତ ବେଦାନ୍ତ ଫେକର ପରିସରରେ ଗତ ୧୧ ତାରିଖରେ ଦୁର୍ଘଟଣାରେ ଦୁଇ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଅଧିକ ଓ ଉନ୍ନତମାନର ଚିକିତ୍ସା ପାଇଁ ବେଦାନ୍ତ ତରଫରୁ ମୁମ୍ବାଇସ୍ଥିତ ନ୍ୟାସନାଲ ବର୍ଣ୍ଣ ସେଣ୍ଟରକୁ ଏୟାର ଲିଫ୍ଟ ହୋଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରତିକାନ୍ତ ସୁତାରଙ୍କର ଦେହାନ୍ତ ହୋଇଥିଲା।

ଏହି ମୃତ ପରେ ଶ୍ରମିକ ରତିକାନ୍ତଙ୍କ ମୃତଦେହ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କୋରଣ୍ଟ ଠାରେ ପହଁଞ୍ଚିଛି। ତେବେ ବେଦାନ୍ତ ଫେକର ଓ ଏହାର ୨୦୦ ମିଟର ମଧ୍ୟ ରେ ୧୪୪ ଧାରା ବଳବତ୍ତର ଥିବାରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। କୋରଣ୍ଟଓ ରାନ୍ଦିଆର ଲୋକେ ମରଶରୀରକୁ ଏକ ବିଶାଳ ଶୋଭଯାତ୍ରାରେ ନେଇ ଥିଲେ। ତେବେ ମୃତକଙ୍କ ପରିବାରକୁ ବେଦାନ୍ତ ଫେକର ତରଫରୁ ଉପଯୁକ୍ତ କ୍ଷତିପୂରଣ ମିଳିବା ନେଇ ପ୍ରତିଶୃତି ମିଳିଛି। ତେବେ ମୃତକଙ୍କର ଦୁଇ ଝିଅ ଥିବାରୁ ତାଙ୍କ ପତ୍ନୀଙ୍କୁ ଚାକିରି ଦେବା ସହ ଅଧିକ କ୍ଷତି ପୂରଣ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe