ହାତରେ ଡାମ୍ଫଣ ଫଶି ଯନ୍ତ୍ରଣାରେ ଛଟପଟ ହେଉଥିବା ଗଣେଶଙ୍କ ଚିକିତ୍ସା କରିବାକୁ ମନା କରି ଦେଇଥିଲେ ଡାକ୍ତର

Advertisment
ହାତରେ ଡାମ୍ଫଣ ଫଶି ଯନ୍ତ୍ରଣାରେ ଛଟପଟ ହେଉଥିବା ଗଣେଶଙ୍କ ଚିକିତ୍ସା କରିବାକୁ ମନା କରି ଦେଇଥିଲେ ଡାକ୍ତର

ବାଲେଶ୍ୱର :ବାଲେଶ୍ୱର ମେଡିକାଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତର ଜାଣିଶୁଣି ତାଙ୍କୁ ଅବହେଳା କରିଥିବା ଅଭିଯୋଗ ହୋଇଛି ।

ସୁଚନାଯୋଗ୍ୟ, ବାଲେଶ୍ୱର ଅଞ୍ଚଳର ଗଣେଶ ମହାନ୍ତିଙ୍କ ହାତରେ ଡାମ୍ଫଣ ପସି ରହିଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ଚିକିତ୍ସା ପାଇଁ ଧାଇଁ ଆସିଥିଲେ ଡାକ୍ତରଖାନା। କେତେ ବେଳେ ଡାକ୍ତର ତାଙ୍କର ଚିକିତ୍ସା କରିବେ ହାତରୁ ଡାମ୍ଫଣ ବାହାର କରିବେ ସେନେଇ ଦିନ ୧୧ଟାରୁ ଡାକ୍ତରଖାନାରେ ବସି ରହିଥିଲେ ଗଣେଶ। କିନ୍ତୁ ଡାକ୍ତର ତାଙ୍କର କଥା ଶୁଣିବାକୁ ଆଦୌ ପ୍ରସ୍ତୁତ ନଥିଲେ । ଏନେଇ ଗଣେଶ ଅଭିଯୋଗ କରିବା କଥା ଜାଣିବା ପରେ ଡାକ୍ତର ରୋଗୀଙ୍କୁ ଅସ୍ତ୍ରୋପଚାର କରିବାକୁ ନେଇଥିଲେ । ଅଳ୍ପ ସମୟ ମଧ୍ୟରେ ଗଣେଷଙ୍କ ହାତରୁ ଡାମ୍ଫଣ କଢା ହେଲା ବାଲେଶ୍ୱର ମେଡିକାଲରେ ବିଭିନ୍ନ ସମୟରେ ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହନ୍ତସନ୍ତ ହେଉଥିବାର ବି ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe