ତାଲୁକା ଆଇନ୍ ସେବା କମିଟି ପକ୍ଷରୁ ଗ୍ରାମାଞ୍ଚଳରେ ଆଇନ ସଚେତନତା କାର୍ଯ୍ୟକ୍ରମ

Advertisment
ତାଲୁକା ଆଇନ୍ ସେବା କମିଟି ପକ୍ଷରୁ ଗ୍ରାମାଞ୍ଚଳରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sambad

ଭଞ୍ଜନଗର: ଭଞ୍ଜନଗର ତାଲୁକା ଆଇନ ସେବା କମିଟି ପକ୍ଷରୁ ଗ୍ରାମାଞ୍ଚଳ ଲୋକ ମାନଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବ୍ଳକ୍ କୁଲାଡ କଲ୍ୟାଣ ମଣ୍ଡପ ପରିସରରେ କୋଭିଡ ନିୟମ ଅନୁଯାୟୀ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡଃ. ଅରୁଣ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ଅନୀଲ କୁମାର ସେଠୀ, ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମିତି ସଭ୍ୟ ବଦ୍ରି ନାରାୟଣ ପୃଷ୍ଟି, ଲିଗାଲ୍ ଏଡ଼୍ ଆଇନଜୀବୀ ଗୋପାଳ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଗ୍ରାମାଞ୍ଚଳ ଜନସାଧାରଣ କିଭଳି ଆଇନ ସେବା କିଭଳି ସହଜ ଏବଂ ସୁବିଧାରେ ପାଇ ପାରିବେ ସେ ସଂର୍ପକରେ ସଚେତନ କରାଯାଇଥିଲା। ଗରୀବ ଅସହାୟ ବ୍ୟକ୍ତି ମାନେ ଟଙ୍କା ଖର୍ଚ୍ଚାନ୍ତ ନହୋଇ କିଭଳି ମାଗଣା ଆଇନସେବା ପାଇ ପାରିବେ ସେ ସଂର୍ପକରେ କହିଥିଲେ।

ଏଥିସହ ମେଡିକାଲ ସହାୟତା ଠାରୁ ଆରମ୍ଭ କରି ପୁଲିସ ସହାୟତା କିଭଳି ସହଜରେ ପାଇପାରିବେ ସେ ସଂର୍ପକରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା। ଏଥିସହ ଯେ କୌଣସି ସହାୟତା ନିମନ୍ତେ ଲୋକ ମାନେ କିଭଳି ତାଲୁକା ଆଇନ ସେବା କମିଟିର ସାହାର୍ଯ୍ୟ ନେଇ ପାରିବେ ସେ ସଂର୍ପକରେ ବକ୍ତବ୍ୟ ରଖିଥିଲେ। ଆବେଦନ ଗୁଡ଼ିକର ଯଥା ଶୀଘ୍ର ଶୁଣାଣୀ ଓ ରାୟ ପ୍ରକାଶ ଦିଗରେ କମିଟି କିଭଳି କାର୍ଯ୍ୟ କରିବ ସେ ନେଇ ବକ୍ତବ୍ୟ ରଖିଥିଲେ। ଏଥିସହ ନଳକୂପ ଖନନ ଠାରୁ ଆରମ୍ଭ କରି ଭତ୍ତା, ରାସନ କାର୍ଡ ଗରୀବ ଲୋକଙ୍କୁ କିଭଳି ସହଜରେ ମିଳି ପାରିବ ସେ ସଂର୍ପକରେ ବିଡ଼ିଓ ଶ୍ରୀ ସେଠୀ ପ୍ରକାଶ କରିଥିଲେ। ଏଡିଜେ କୋର୍ଟର ଅଙ୍କନ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe