ପ୍ରଥମ ସ୍ତ୍ରୀକୁ ଛାଡ଼ି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡ଼ିଲା

ପ୍ରଥମ ସ୍ତ୍ରୀକୁ ଛାଡ଼ି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡ଼ିଲା

iStock

ବାମରା: ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡ଼ିଛି। ସ୍ବାମୀ ଜୟଦେବ କିସାନଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତ ହରିପଡ଼ା ଗ୍ରାମର ପାର୍ବତୀ କିସାନ (୪୫) ସୀମାବର୍ତ୍ତି ଲଇକେରା ବ୍ଲକ ଜାମମାଲ ପଞ୍ଚାୟତ ଭୁକୁଲାପଡ଼ା ଗ୍ରାମର ଜୟଦେବ କିସାନ ସହିତ ବୈଦିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ତେବେ ଗତ କିଛି ବର୍ଷ ହେବ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ମନମାଳିନ୍ୟ ହେବା ପରେ ଦୁହେଁ ଅଲଗା ଅଲଗା ରହୁଥିଲେ।

ତେବେ ଗତ ୧୪ ତାରିଖ ଦିନ ସ୍ୱାମୀ ଜୟଦେବ ବାଗଡିହି ନିକଟ ଚନ୍ଦ୍ରପୁର ଗ୍ରାମର ମିଥିଲା ପିଙ୍ଗ(୩୫)ଙ୍କୁ ଏକ ମନ୍ଦିରରେ ବିବାହ କରିଥିଲେ। ଏହା ଜାଣିବା ପରେ ପ୍ରଥମ ସ୍ତ୍ରୀ ପାର୍ବତୀ ଗୋବିନ୍ଦପୁର ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତ ଜୟଦେବ ଓ ତାଙ୍କର ଦ୍ଵିତୀୟ ସ୍ତ୍ରୀଙ୍କ ନାଁରେ ଥାନାରେ ମାମଲା ରୁଜୁ କରି ପୁଲିସ ଏସ୍‌ଆଇ ବାସୁଦେବ ସେଠ ଘଟଣାର ତଦନ୍ତ କରୁଥିଲେ। ଶୁକ୍ରବାର ଅଭିଯୁକ୍ତ ସ୍ୱାମୀ ଜୟଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe