ଏଲଇଡି ଲାଇଟକୁ ମିଞ୍ଜି ମିଞ୍ଜିଆ ରୋଗ, ଦିନେ ଜଳିଲେ ଦିନେ ନାହିଁ 

Advertisment
ଏଲଇଡି ଲାଇଟକୁ ମିଞ୍ଜି ମିଞ୍ଜିଆ ରୋଗ, ଦିନେ ଜଳିଲେ ଦିନେ ନାହିଁ 

Sambad

କୋରାପୁଟ: ଦିନେ ଜଳିଲେ ଦିନେ ନାହିଁ। ଯେଉଁ ଦିନ ଜଳୁଛି ସେଦିନ ମିଞ୍ଜି ମିଞ୍ଜି ହୋଇ ଜଳୁଛି। ଆଉ ଯେଉଁଦିନ ଜଳୁଛି ତାହା ଦିନରେ। ସନ୍ଧ୍ୟା ହେଉ ହେଉ ବନ୍ଦ ହୋଇଯାଇଛି। କୋରାପୁଟ ପୌରପାଳିକା ଅଧୀନରେ ଲାଗିଥିବା ଏକାଧିକ ଏଲଇଡିକୁ ଏବେ ଧରି ମିଞ୍ଜି ମିଞ୍ଜିଆ ରୋଗ। ଖରାଦିନିଆ ବର୍ଷାରେ ଏବେ ସହରରେ ଲାଗିଥିବା ଏକାଧିକ ଗାଁକୁ ଯୋଡୁଥିବା ରାସ୍ତା ଏବେ ଅନ୍ଦାର ହୋଇ ପଡିଥିବା ଦେଖିବାକୁ ମିଳିଛି। ନିମ୍ନ ମାନର ଷ୍ଟ୍ରିଟ୍‌ ଲାଇଟ ଓ ମରାମତିର ଅଭାବ ହେତୁ ପୌରପାଳିକାର ଏକାଧିକ ସ୍ଥାନ ଏବେ ଅନ୍ଧାର ହୋଇପଡିଥିବା ଦେଖିବାକୁ ମିଳିଛି। ୨୦୧୪ ମସିହାରେ କୋରାପୁଟ ଏନଏସିରୁ ପୌରପାଳିକାର ମାନ୍ୟତା ପାଇଲା କୋରାପୁଟ ପୌରପାଳିକା। ୧୦ଟି ରାଜସ୍ବ ଗାଁକୁ ମିଶାଇ ଏହି ପୌରପାଳିକା ୨୧ଟି ୱାର୍ଡରେ ପହଞ୍ଚିଥିଲା।

ପୌର ପରିଷଦ ଭାଙ୍ଗିବା ପରେ ଗମନାଗମନ ଓ ବିଦ୍ୟୁତକରଣକୁ ଗୁରୁତ୍ବ ଦିଆଯାଇଥିଲା। ୧ ନମ୍ବର ୱାଡରୁ ୨୧ ନମ୍ବର ୱାର୍ଡ ଯାଏ ସବୁଠି ଲାଗିଥିବା ପୁରୁରା ଷ୍ଟ୍ରିଲ ଲାଇଟକୁ ବଦଳାଯାଇ ଲଗାଯାଇଥିଲା ନୂଆ ଏଲଇଟି ଲାଇଟ। ଗତ ତିନିବର୍ଷ ମଧ୍ୟରେ କାଗଜକଲମରେ ୪୨୦୦ ଏଲଇଡି ଲାଇଟ, ୨୩୯୭ଟି ଆଉଟରିଚ୍‌ ଆର୍ମ ବ୍ରାକେଟ୍‌, ୨୪୦୦ଟି କେବୁଲଯୁକ୍ତ ଲାଇଟ୍‌ ଓ ୬୪୯୩ଟି ପୋଲଯୁକ୍ତ ଲାଇଟ ଲାଗିଛି। ହେଲେ ବି କ‌ୋରାପୁଟ ସହର ଅନ୍ଧାରମୟ। ଏହାର ସୁଯୋଗ‌ ନେଇ ସନ୍ଧ୍ୟା ହେଉ ହେଉ ଜମୁଛି ଜୁଆଡି ଓ ମଦ୍ୟପଙ୍କ ଆଡ୍ଡା। ପୁଲିସର ପଇତାରା ମାରୁଥିଲେ ବି ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରୁଛନ୍ତି ଅପରାଧୀ। ସବୁଠୁ ବଡ ସମସ୍ୟା କରୁଛି ରାୟଗଡା ଲାଇନ, ବୋରିଗୁମ୍ମା ଲାଇନ, ମସ୍ତିପୁଟ ଲାଇନ୍‌, କୁମ୍ଭା-୨ ଲାଇନ, ମେଡିକାଲ ପଛପାଖ ଲାଇନ୍‌, ଶାରଦା ଲାଇନ ଓ ଷ୍ଟାଡିୟମ ଲାଇନ।

ଏହି ଅଞ୍ଚଳରେ ରିତିମତ ଭାବେ ଷ୍ଟ୍ରିଟ ଲାଇଟ ବଡ ସମସ୍ୟା କରୁଛି। ଅଭିଯୋଗ ଦେଲେ ମଧ୍ୟ ଏହାକୁ କେହି ଶୁଣିବାକୁ ନାହିଁ ବୋଲି ଅଭିଯୋଗ ହେଉଛି।ଏନେଇ ରାୟଗଡା ଲାଇନ ବାସିନ୍ଧା ଭବାନୀ ମିଶ୍ର କହିଛନ୍ତି ଜାତୀୟ ରାଜପଥରେ ଏଲଇଡି ଲାଇଟ ଲାଗିଛି ସତ ହେଲେ ଦିନରେ ଜଳୁଛି, ରାତିରେ ବନ୍ଦ।ଯେତେବେଳେ ଜଳୁଛି ସେତେବେଳେ ମିଞ୍ଜି ମିଞ୍ଜି ହୋଇ ଜଳୁଛି। ଏକାଧିକାର ବାର ଅଭିଯୋଗ କଲେ ମଧ୍ୟ ଦାୟିତ୍ବରେ ରହିଥିବା ଅଧିକାରୀ ଏହାକୁ ଶୁଣିବାକୁ ନାରାଜ। ସନ୍ଧ୍ୟା ହେଉ ହେଉ ଏହି ଅଞ୍ଚଳରେ ମଦ୍ୟପ ଓ ଜୁଆଡିଙ୍କର ଆଡ୍ଡା ଜମୁଛି ବୋଲି ସେ ଅଭିଯୋ କରିଛନ୍ତି। ଏନେଇ ଷ୍ଟାଡିୟମ ଲାଇନରେ ରହୁଥିବା ସୁଧାକାର ରାଓ କହିଛନ୍ତି ଯେ ଷ୍ଟାଡିୟମ ପଛ ପଟେ କିଟି କିଟି ଅନ୍ଧାର। ଏକାଧିକାର ବାର ଲାଇଟ ଲାଗୁଥିଲେ ମଧ୍ୟ କାମ କରୁନି। ଫଳରେ ସନ୍ଧ୍ୟାରେ ଝିଅ ବୋହୂ ଯିବା ଆସିବା କରିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି। ଏନେଇ ନିର୍ବାହୀ ଅଧିକାରୀ କହିଛନ୍ତି ଯେ ଷ୍ଟ୍ରିଟ ଲାଇଟ ମରାମତି ଓ ଅଭିଯୋଗ ଶୁଣିବା ପାଇଁ ଏ ସେଲ କରାଯାଇଛି। ଅଭିଯୋଗ ପାଇବା ମାତ୍ରେ ଷ୍ଟ୍ରିଟ ଲାଇଟ ମରାମତି କରାଯାଉଛି। ଯଦି କୌଣିସି ସ୍ଥାନରେ ଅସୁବିଧା ଥାଏ ତେବେଏହା ବର୍ଷାଦିନ ପୂର୍ବରୁ ମରାମତି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe