Times of India
ଛତିଆ: ବୈରୀ ଥାନା ବନ୍ତଳା ପଞ୍ଚାୟତ ବାରିମୂଳ ଗ୍ରାମର ଶ୍ୟାମସୁନ୍ଦର ମଲ୍ଲିକଙ୍କ ପୁଅ ମାନସ ମଲ୍ଲିକ (୨୯) ଟ୍ରେନ୍ରୁ ଖସିପଡ଼ିବାରୁ ତାଙ୍କର ଗୋଟିଏ ଗୋଡ଼ କଟିଯାଇଛି। ସେ ପ୍ରତିଦିନ କାମ କରିବା ପାଇଁ କଟକ ଯାଇ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି। ଗତକାଲି ସେ ଟ୍ରେନ ଯୋଗେ ଘରକୁ ଫେରୁଥିଲେ।
ବୈରୀ ଷ୍ଟେସନରେ ଓହ୍ଲାଉଥିଲାବେଳେ ଅସାବଧାନତା ହେତୁ ସେ ଧାରଣାରେ ପଡ଼ି ଯାଇଥିଲେ। ଟ୍ରେନ୍ର ଚକ ତାଙ୍କ ବାମ ଗୋଡ଼ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ସେହି ଗୋଡ଼ କଟି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। କଟକ ବଡ଼ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି।
Follow Us