ଜବରଦଖଲ ଉଚ୍ଛେଦ ମାମଲା, ୬କୁ ଘୁଞ୍ଚିଲା ଶୁଣାଣି

Advertisment
ଜବରଦଖଲ ଉଚ୍ଛେଦ ମାମଲା, ୬କୁ ଘୁଞ୍ଚିଲା ଶୁଣାଣି

ବରଗଡ଼: ଗତ ଅଗଷ୍ଟ ୩୧ ତାରିଖ ଜୀରା ବ୍ରିଜ୍‌ରୁ ଲେଂଗୁ ମିଶ୍ର ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଚାରି ଦିନ ଜୋର୍‌ସୋର୍‌ ଉଚ୍ଛେଦ ଚାଲିବା ପରେ ଏଥିରେ ସାମୟିକ ବିରାମ ଲାଗିଥିଲା। କାରଣ ହାଇକୋର୍ଟ ଚୂଡ଼ାନ୍ତ ଶୁଣାଣି ଯାଏ ସ୍ଥିତାବସ୍ଥା ଜାରି କରିଥିଲେ। ଯାହା ବର୍ତମାନ ଯାଏ କାଏମ୍‌ ରହିଛି। ଚାରି ଥର ଦିନ ଘୁଞ୍ଚିବା ପରେ ମଂଗଳବାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଧାର୍ଯ୍ୟ ଥିଲା। କିନ୍ତୁ ତାହା ୬ ତାରିଖ ଯାଏଁ ପୁଣି ଘୁଞ୍ଚିଛି। ଏହି ଦିନ ନିଶ୍ଚିତ ଭାବେ ଶୁଣାଣି ହେବ ବୋଲି ପ୍ରଶାସନ ଆଶାବାଦୀ। ପୂର୍ବରୁ ଜବରଦଖଲ ସଂପର୍କିତ ସମସ୍ତ ନକ୍ସା ଏବଂ ତଥ୍ୟ ଶୁଣାଣି ସମୟରେ ଦାଖଲ କରିବାକୁ ପ୍ରଶାସନକୁ କୁହାଯାଇଥିଲା।

ସମସ୍ତ ଆଇନ୍‌ ସମ୍ବଳିତ ତଥ୍ୟ ଏବଂ ବୈଧ ନକ୍ସା ଆଧାରରେ ହିଁ ଜବରଦଖଲ ଉଚ୍ଛେଦ ଚାଲିଥିଲା ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନ୍‌ସେନା ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରକ୍ରିୟା ସପକ୍ଷରେ ସବୁ ଦସ୍ତାବିଜ୍‌ ହାଇକୋର୍ଟରେ ଗତ ସେପ୍ଟେମ୍ବର ୨୩ ତାରିଖ ଦାଖଲ ସରିଛି ବୋଲି ସେ କହିଛନ୍ତି। ଯେଉଁ ନକ୍ସା ଆଧାରରେ ଉଚ୍ଛେଦ ଚାଲିଥିଲା, ସେଥିରେ ଜୀରା ବ୍ରିଜ୍‌ରୁ ଲେଂଗୁ ମିଶ୍ର ଛକ ପର୍ଯ୍ୟନ୍ତ ରାସ୍ତା ୧୧୦ ମିଟର୍‌ ଓସାର ବୋଲି ଦର୍ଶାଯାଇଛି। କିନ୍ତୁ କାଳକ୍ରମେ ଏହି ରାସ୍ତାର ସର୍ବାଧିକ ଚଉଡ଼ା ୩୦-୩୫ ଫୁଟ୍‌ ଭିତରେ ହିଁ ସୀମିତ ରହିଛି। ରାସ୍ତା ସାରା ଜବରଦଖଲ ଥିବା ସ୍ପଷ୍ଟ। କିନ୍ତୁ ଆଶ୍ଚର୍ଯ୍ୟର କଥା କିଛି ଲୋକଙ୍କୁ ପୂର୍ବରୁ ପଟ୍ଟା ବି ମିଳିଛି। ଅର୍ଥାତ୍‌ ଯଦି ୧୧୦ ମିଟର୍‌ ଓସାର ରାସ୍ତା ବାହାରିବ, ତେବେ ରାସ୍ତା ମଝିରେ ଘର କରିଥିବା ପଟ୍ଟାଧାରୀଙ୍କୁ ନେଇ ଅଡ଼ୁଆ ପରିସ୍ଥିତି ହେବ। ତେଣୁ ଜବରଦଖଲକାରୀମାନେ ଆଇନର ଗଳାବାଟ ଖୋଜି ଏଥିରୁ ମୁକୁଳିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe