କଲରାପତରିଆ ବାଘ ଖାଇଗଲା ୪ ବଳଦ, ଭୟରେ ରାତିରେ ପଦାକୁ ବାହାରୁନାହାନ୍ତି ଲୋକେ

କଲରାପତରିଆ ବାଘ ଖାଇଗଲା ୪ ବଳଦ, ଭୟରେ ରାତିରେ ପଦାକୁ ବାହାରୁନାହାନ୍ତି ଲୋକେ

newindianexpress

ରାଇରଙ୍ଗପୁର/ବିଶୋଇ: ମୟୂରଭଞ ଜିଲ୍ଲା ବିଶୋଇ ବ୍ଲକ୍ ଖଡମବେଡା ପଂଚାୟତର ଦ୍ୱାରଶୁଣି ବୁଢାପାହାଡ ଅଂଚଳରେ ୪ ବଳଦକୁ କଲରାପତରିଆ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବାରିପଦା ବନଖଣ୍ଡ ବାଙ୍ଗିରିପୋଷି ରେଞ ଯୋକା ବିଟ୍ର ବୁଢାପାହାଡ ଟାଇଗର୍ ରିଜର୍ଭ ଫରେଷ୍ଟର ହରିଡାଡିହି(ଦ୍ୱାରଶୂଣି) ଗ୍ରାମର ଲକ୍ଷ୍ମଣ ଟୁଡୁଙ୍କ ଗୋଟିଏ ବଳଦ, ଦୁର୍ଗୀ ଟୁଡୁଙ୍କ ଗୋଟିଏ ବଳଦ, ଦୁଲି ମାରାଣ୍ଡିଙ୍କ ଗୋଟିଏ ବାଛୁରି ଓ ତାରଣା ଗ୍ରାମର ଫୁଲମଣି ବେଶ୍ରାଙ୍କ ଗୋଟିଏ ବଳଦକୁ କଲରାପତରିଆ ଖାଇଦେଇଥିବା ନେଇ ଯୋକା ଫରେଷ୍ଟ ଅଫିସରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ରାଇରଙ୍ଗପୁର ଏସଏସିଏଫ୍ ବୈଦନାଥ ମାଝୀ, ବିଶୋଇ ରେଂଜ ଅଫିସର୍ ପ୍ରଦୀପ ପୃଷ୍ଟି, ଯୋକା ଫରେଷ୍ଟର ସାବନ୍ତି ମାରାଣ୍ଡି, ବନରକ୍ଷୀ ପ୍ରଭାତ୍ ରଂଜନ ମହାନ୍ତ, ଫୁଲମଣୀ ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଂଚି ବଳଦ ଓ ବାଛୁରୀର ଶବ ଉଦ୍ଧାର କରି ବ୍ୟବଛେଦ କରିଥିଲେ ଏବଂ ବାଘ ଖାଇଥିବା ସ୍ଫଷ୍ଟ ହୋଇଥିଲା। ତେବେ ସମସ୍ତ ବଳଦ ମାଲିକଙ୍କୁ କ୍ଷତିପୂରଣ ମିଳିବ ବୋଲି ଜଣାପଡିଛି। ବାଘ ଭୟରେ ବୁଢାପାହାଡ ଅଂଚଳରେ ବାସ କରୁଥିବାରୁ ଆଦିବାସୀ ମାନେ ରାତିରେ ଭୟରେ ପଦାକୁ ବାହାରୁନଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe