ସୋଲ୍‌ରେ କଲରାପତରିଆ ଆତଙ୍କ: ଛେଳିଙ୍କୁ କରୁଛି ଆକ୍ରମଣ

ବଣାଇ ବନଖଣ୍ଡ ସୋଲ୍‌ ରେଞ୍ଜ ଅନ୍ତର୍ଗତ କେଲୋ ଗାଁ ନିକଟସ୍ଥ ଜଙ୍ଗଲରେ କଲରାପତିଆ ବାଘ ଆତଙ୍କ ଖେଳାଇଛି। ତିନିଦିନ ଭିତରେ ବାଘଟି ଆଖପାଖ ଗାଁ’ର କିଛି ଛେଳିଙ୍କୁ ମାରିବା ସହ ୧୦ରୁ ଅଧିକ ଛେଳିଙ୍କୁ ଖଣ୍ଡିଆଖାବରା କରିଥିବା ଲୋକେ ଅଭିଯୋଗ କରିଛନ୍ତି...

leopard

ରାଉରକେଲା: ବଣାଇ ବନଖଣ୍ଡ ସୋଲ୍‌ ରେଞ୍ଜ ଅନ୍ତର୍ଗତ କେଲୋ ଗାଁ ନିକଟସ୍ଥ ଜଙ୍ଗଲରେ କଲରାପତିଆ ବାଘ ଆତଙ୍କ ଖେଳାଇଛି। ଗତ ତିନିଦିନ ଧରି ଏହି ବାଘ ପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ତିନିଦିନ ଭିତରେ ବାଘଟି ଆଖପାଖ ଗାଁ’ର କିଛି ଛେଳିଙ୍କୁ ମାରିବା ସହ ୧୦ରୁ ଅଧିକ ଛେଳିଙ୍କୁ ଖଣ୍ଡିଆଖାବରା କରିଥିବା ଲୋକେ ଅଭିଯୋଗ କରିଛନ୍ତି।

କେବଳ ସୋଲ୍‌ ରେଞ୍ଜ ନୁହେଁ ଜର୍ଡା ରେଞ୍ଜରେ ମଧ୍ୟରେ ସମାନ ଘଟଣା ଘଟିଛି। ଯାହାକୁ ନେଇ ଉଭୟ ରେଞ୍ଜ୍‌ର ଜଙ୍ଗଲ ନିଟସ୍ଥ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।

ଅଧିକ ପଢ଼ନ୍ତୁ: ଇସ୍ରାଏଲ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ

ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ଜଙ୍ଗଲରେ ପଡ଼ିଥିବା ପାଦ ଚିହ୍ନରୁ ବାଘଟି କଲରାପତରିଆ ବୋଲି ଜଣାପଡ଼ିଛି। ଗାଁ’ମୁହାଁ ହେଉଥିବା ବାଘକୁ କାବୁ କରିବାକୁ ବନବିଭାଗ ‌ଯୋଜନା କରୁଥିବା ଜଣାପଡ଼ିଛି। ସେପଟେ ମରିଯାଇଥିବା ଛେଳିପାଳକଙ୍କୁ ବନବିଭାଗ ପକ୍ଷରୁ ୪ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ଚୁକ୍ତି ପରେ ମଧ୍ୟ ଚୀନ୍ ସେନା ଏଲଏସିରେ ରହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe