ନାକଟିଦେଉଳରୁ ବାଘଛାଲ ଜବତ; ୫ ଲକ୍ଷ ଟଙ୍କାର ଡିଲ୍‌ ଚାଲିଥିବା ବେଳେ ଅଭିଯୁକ୍ତ ଗିରଫ

ନାକଟିଦେଉଳରୁ ବାଘଛାଲ ଜବତ; ୫ ଲକ୍ଷ ଟଙ୍କାର ଡିଲ୍‌ ଚାଲିଥିବା ବେଳେ ଅଭିଯୁକ୍ତ ଗିରଫ

ସମ୍ବଲପୁର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଜି ସମ୍ବଲପୁର ନାକଟିଦେଉଳରେ ଚଢ଼ଉ କରି ଏକ ବାଘଛାଲ ଜବତ କରିଛି। ୫ ଲକ୍ଷ ଟଙ୍କାର ଡିଲ୍‌ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଏସ୍‌ଟିଏଫ୍‌ ଚଢ଼ାଉ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ବାବୁଲି ନୟକକୁ ଜବତ କରାଯାଇଛି।

ଚଢ଼ଉ ସମୟରେ ଗୋଟାଏ କଲରାପତରିଆ ବାଘଛାଲ ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତକୁ ଏସ୍‌ଟିଏଫ୍‌ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଏସ୍‌ଡିଜେଏମ୍‌ କୋର୍ଟକୁ ଫରୱାର୍ଡ କରିବ। ବାଘଛାଲକୁ ପରୀକ୍ଷା  ପାଇଁ ଡେରାଡୁନ୍‌ ପଠାଯିବ ବୋଲି ସୂଚନା ରହିଛି। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe