Sambad
ଭଦ୍ରକ: ଭଦ୍ରକ ଜିଲ୍ଲା ଇପିଏଫ ପେନସନ ସଂଘ ପକ୍ଷରୁ ଆଜି ସ୍ଥାନୀୟ ହେଡ ପୋଷ୍ଟ ଅଫିସ ଛକ ଠାରେ ଆନ୍ଦୋଳନ କରାଯାଇଥିବା ବେଳେ ପେନସନ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ପରିଚାଳିତ ସଂସ୍ଥା ଓ କଳ କାରଖାନାରେ କାମ ଚାକିରୀ କରି ଅବସର ନେଇଥିବା ଇପିଏଫ ପେନସନଧାରୀ ମାସିକ ୩ ଶହରୁ ୩ ହଜାର ଟଙ୍କା ପାଇ ଆଜିର ମହଙ୍ଗା ବଜାରରେ ଦୁଃଖରେ ଦିନ କାଟୁଛନ୍ତି। ବରିଷ୍ଠ ନାଗରିକ ମାନେ ବାରମ୍ବାର ଇପିଏଫ ପେନସନ ମାସିକ ୯ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି।
ଆଜି ଏହାର ପ୍ରତିବାଦରେ ଭଦ୍ରକ ଜିଲ୍ଲା ଇପିଏଫ ପେନସନଧାରୀ ସଂଘର ସଭାପତି କୁଞ୍ଜ ବିହାରୀ ନାୟକ, ସମ୍ପାଦକ ଅକ୍ଷୟ କୁମାର ନାୟକଙ୍କ ନେତୃତ୍ବରେ ବହୁ ବରିଷ୍ଠ ନାଗରିକ ସାମିଲ ହୋଇ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଛନ୍ତି।
Follow Us