ଗାଈ ଚରାଇବା ବେଳେ ଚାଲିଗଲା ଜୀବନ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ସମ୍ବଲପୁର: ଶାସନ ଥାନା ଭାଲୁବାହାଲ ଠାରେ ଗାଈ ଚରାଇବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ତାଲବର ବୀରେନ ଭୋଇ(୫୦)। ସେ ଭାଲୁବାହାଲର ରାଜେଶ୍ବର ନାଏକଙ୍କ ଘରେ ରହି ୨ ମାସ ହେଲା ଗାଈ ଚରାଉଥିଲେ। ବୁଧବାର ଅପରାହ୍ଣ ୫ଟା ସମୟରେ ଗାଈ ଚରାଉଥିବା ବେଳେ ସେ ହଠାତ ବିଲରେ ପଡ଼ି ଯାଇଥିଲେ।

ସୂଚନା ପାଇ ବୀରେନଙ୍କୁ ରାଜେଶ୍ବରଙ୍କ ପରିବାର ଲୋକେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଶାସନ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe