କନ୍ୟାହନ୍ତା ମା’କୁ ଆଜୀବନ କାରାଦଣ୍ଡ

Advertisment
କନ୍ୟାହନ୍ତା ମା’କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ପ୍ରେମ ପାଇଁ ନିଜ ଜନ୍ମ କଲା ୮ ବର୍ଷର ଝିଅକୁ ନିର୍ମମ ହତ୍ୟା କରିଥିବା ମା’ ଦୟମନ୍ତୀ ସୋରେନ(୩୨)କୁ ଶନିବାର ସ୍ୱତନ୍ତ୍ର ପକ୍ସୋ ଜଜ୍‌ ପ୍ରଭାକର ଗଣ୍ଠିଆ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମୟୁରଭଂଜ ଜିଲ୍ଲାର ମୂଳନିବାସୀ ଜିତୁ ସୋରେନ ଓ ଦମୟନ୍ତୀ ସୋରେନ ନାଲକୋ ଥାନା ବାଙ୍କି ହଟିଂରେ ରହୁଥିଲେ। ଅବୈଧ ପ୍ରେମ ସଂପର୍କକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଦୁହେଁ ଅଲଗା ରହୁଥିଲେ। ଇତିମଧ୍ୟରେ ଦମୟନ୍ତୀ ଅନ୍ୟ ଜଣେ ବ୍ୟକ୍ତି ଭାଗବତ ମୁର୍ମୁଙ୍କୁ ଭଲ ପାଇ ବସିଥିଲେ। ତେବେ ସେମାନଙ୍କ ପ୍ରେମରେ ଝିଅ ବାଧକ ହେବା ଭାବି ତାଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରିଥିଲେ।

ଘଟଣା ଦିନ ଝିଅ ମଧ୍ୟ ସ୍କୁଲର ସାଂଗମାନଙ୍କୁ ତାଙ୍କ ମା’ ତାଙ୍କୁ ମାରିଦେବ ବୋଲି କହୁଥିବା ପ୍ରକାଶ କରିଥିଲେ। ବର୍ଷ ୨୦୧୫ ମାର୍ଚ୍ଚ ୧୧ ରାତିରେ ଭୟରେ ନିଜ ଘରେ ନଶୋଇ ଜଣେ ପଡ଼ୋଶୀଙ୍କ ଘରେ ଶୋଇଥିଲେ। ହାଣ୍ଡିଆ ପିଇ ମାତାଲ ଅବସ୍ଥାରେ ଥିବା ଦମୟନ୍ତୀ ପଡ଼ିଶା ଲୋକଙ୍କ ବିରୋଧ ସତ୍ତ୍ୱେ ସେଦିନ ରାତିରେ ନିଜ ଝିଅକୁ ଉଠାଇ ନେଇଥିଲା। ପରଦିନ ସକାଳେ ଝିଅର ମୃତଦେହ ମିଳିଥିଲା। ଯୌନାଙ୍ଗ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିିଥିଲା।

ବାଙ୍କି ହଟିଂର ମୁଖିଆ ବୁଢା ମୁର୍ମୁ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ନାଲକୋ ଥାନାରେ ରିପୋର୍ଟ ଦେଇଥିଲେ। ପୁଲିସ ଏହି ଘଟଣାରେ ଦମୟନ୍ତୀ ଓ ଭାଗବତଙ୍କ ନାମରେ ମାମଲା ରୁଜୁ କରିଥିଲା। ମାମଲାର ବିଚାର ବେଳେ ୨୩ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ଆଜି ଏହି ମାମଲାର ରାୟ ଶୁଣାଇ ସ୍ୱତନ୍ତ୍ର ପକ୍ସୋ ଜଜ୍‌ ପ୍ରଭାକର ଗଣ୍ଠିଆ ଆଇପିସିର ୩୦୨ ଦଫାରେ ଦୟମନ୍ତୀ ସୋରେନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe