ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଫ୍ଟରେ ଫସିଗଲେ ପୁଲିସ, ସାମ୍ବାଦିକଙ୍କ ସମେତ ୫ ଜଣ ବ୍ୟକ୍ତି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଫ୍ଟରେ ଫସିଗଲେ ପୁଲିସ, ସାମ୍ବାଦିକଙ୍କ ସମେତ ୫ ଜଣ ବ୍ୟକ୍ତି

ଯାଜପୁରସଦର: ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିଫ୍ଟରେ ପୁଲିସ କର୍ମଚାରୀ, ସାମ୍ବାଦିକ ଓ ସାଧାରଣ ଲୋକଙ୍କ ଭଳି ମୋଟ ୫ ଜଣ ଫସି ରହିବାରୁ କିଛି ସମୟ ପାଇଁ ହଇଚଇ ଖେଳିଯାଇଥିଲା। ଗତକାଲି ଗୋଟିଏ ଲିଫ୍ଟରେ ୫ ଜଣ ତଳକୁ ଆସୁଥିବାବେଳେ ଏହା ଅଧାରୁ ଅଟକି ଯାଇଥିଲା। କିଛି ସମୟ ଲିଫ୍ଟ ଭିତରେ ରହିବା ପରେ ସମସ୍ତେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ଉଦ୍ଧାର ପାଇବା ନିମନ୍ତେ ବ୍ୟାକୁଳ ହୋଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି ସଫେଇ କର୍ମଚାରୀ ବହୁ ଉଦ୍ୟମ କରି ଅଧାବାଟରେ ଲିଫ୍ଟକୁ ଖୋଲିଥିଲେ। ପ୍ରାୟ ୨୦-୨୫ ମିନିଟ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଏହି ଅଘଟଣ ପରେ ଲିଫ୍ଟଟିକୁ ବନ୍ଦ ରଖାଯାଇଛି। ସୂଚନାଯୋଗ୍ୟ ଯେ ୪ ମହଲାବିଶିଷ୍ଟ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ଟି ଲିଫ୍ଟ ରହିଛି। ଅଧିକାଂଶ ସମୟରେ ୩ଟି ଅଚଳ ରହୁଛି। ଲିଫ୍ଟର ପଙ୍ଖା, ଲାଇଟ୍‌, କିଛି ସୁଇଚ୍‌ ମଧ୍ୟ କାମ କରୁନି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାରମ୍ବାର ଏପରି ସମସ୍ୟା ହେଉଥିବାରୁ ଅଧିକାରୀ ଓ କର୍ମଚାରୀମାନେ ଏହାକୁ ବ୍ୟବହାର କରିବାକୁ ଭୟ କରୁଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ବୃଦ୍ଧ, ଦିବ୍ୟାଙ୍ଗ ବ୍ୟକ୍ତିମାନେ ଉପର ମହଲାକୁ ଯିବା ପାଇଁ ଶିଡ଼ି ଚଢ଼ିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe