Representative image
କଟକ: ସ୍ଥାନୀୟ ନୂଆ ନିମସାହି(୪୨ ନମ୍ବର ଓ୍ଵାର୍ଡ)ରୁ କଣ୍ଟେନମେଣ୍ଟ ଜୋନ କଟକଣା ଉଚ୍ଛେଦ କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ସିଏମ୍ସି କହିଛି ଯେ, ନୂଆ ନିମସାହିରୁ ଏକାଧିକ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଠାରେ କଣ୍ଟେନମେଣ୍ଟ ଜୋନ୍ କଟକଣା ଲାଗୁ କରାଯାଇଥିଲା। କାରଣ ନୂଆ ନିମସାହିରେ ଜନସଂଖ୍ୟା ଅଧିକ ଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିଲା।
ନୂଆ ନିମସାହିରେ କଣ୍ଟେନମେଣ୍ଟ ଜୋନ୍ କଟକଣା ଲାଗୁହେବା ପରେ କଣ୍ଟ୍ରାକ୍ଟ ଟ୍ରେସିଂ କାମ ଆରମ୍ଭ ହୋଇଯାଇଥିଲା। ଲୋକଙ୍କ ଠାରୁ ସଂଗୃହୀତ ହୋଇଥିବା ନମୁନା ବାରମ୍ବାର ନେଗେଟିଭ ରିପୋର୍ଟ ଆସିବା ପରେ ଜଣାପଡ଼ିଲା ଯେ, ସ୍ଥାନୀୟ ସଂକ୍ରମଣର କୌଣସି ପ୍ରଭାବ ରହୁନାହି। ତେଣୁ ଏଠାରୁ କଣ୍ଟେନେମେଣ୍ଟ ଜୋନ କଟକଣା ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ନୂଆ ନିମସାହିରେ ଏକାଧିକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଠାରେ ଗତ ଅଗଷ୍ଟ ୧୭ ତାରିଖରେ କଣ୍ଟେନମେଣ୍ଟ ଜୋନ କଟକଣା ଲାଗୁ କରାଯାଇଥିଲା।
  
 Follow Us