ବଜ୍ରପାତରେ ସ୍କୁଲ ଛାତ ଫାଟିଲା, ୧୦ ଫ୍ୟାନ୍‌ ପୋଡ଼ିଲା

ବଜ୍ରପାତରେ ସ୍କୁଲ ଛାତ ଫାଟିଲା, ୧୦ ଫ୍ୟାନ୍‌ ପୋଡ଼ିଲା

କୟାଁଗୋଲା: ଦଶରଥପୁର ବ୍ଲକ୍‌ କୟାଁ ପଞ୍ଚାୟତ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ଆଜି ବଜ୍ରାଘାତ ହେବାରୁ ଏକ ଶ୍ରେଣୀଗୃହ ଛାତ ଫାଟିଯାଇଛି। ସ୍କୁଲରେ ଲାଗିଥିବା ୧୦ରୁ ଅଧିକ ଫ୍ୟାନ୍‌ ମଧ୍ୟ ପୋଡ଼ିଯାଇଛି। ଛାତ ଫାଟିଯିବାରୁ ପାଣି ଗଳି ଭିତରେ ପଡ଼ୁଛି।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୪ ଜଣ ଶିକ୍ଷକ ଅଛନ୍ତି। ମୋଟ ଚାରିଗୋଟି ଶ୍ରେଣୀଗୃହ ରହିଛି। ଏବେ ଗୋଟିଏ ଫାଟିଯିବାରୁ ବ​ର୍ଷାଦିନରେ ବସିବା ସମ୍ଭବ ହେବନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe