ଜୟପୁର-କୋରାପୁଟ ଘାଟିରେ ଲାଗୁ ନାହିଁ ୨୬ଟି ସୌରଚାଳିତ ଲାଇଟ

Advertisment
ଜୟପୁର-କୋରାପୁଟ ଘାଟିରେ ଲାଗୁ ନାହିଁ ୨୬ଟି ସୌରଚାଳିତ ଲାଇଟ

Sambad

ଜୟପୁର: ଗତ ନଭେମ୍ବର ମାସରେ ଜୟପୁର-କୋରାପୁଟ ଘାଟି ଜାତୀୟ ରାଜପଥରେ ୧୧୬ଟି ସୌରଚାଳିତ (ସୋଲାର) ଲାଇଟ ଲଗାଯାଇଥିଲା। ତେବେ ଏଥି ମଧ୍ୟରୁ ୨୬ଟି ଏବେ ଆଉ ଲାଗୁ ନଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ, ଘାଟିର ବିପଦସଂକୁଳ ମୋଢ଼, ଅନ୍ଧାରୁଆ ସ୍ଥାନରେ ଏହି ସୋଲାର ଲାଇଟ ଲଗାଯିବ ସହ ଗ୍ଲୋସାଇନ୍ ରେଡିୟମ୍ ସିଗନାଲ ବୋର୍ଡ ଲଗାଯାଇଛି। ତେବେ‌ ଲାଇଟ୍ ଗୁଡିକ ଗୋଟିଏ ପାର୍ଶ୍ବରେ ହିଁ ଲଗାଯାଇଥିବାରୁ କିଛି କିଛି ସ୍ଥାନ ଅନ୍ଧାରୁଆ ଲାଗୁଛି। ତାସହ ମୁଖ୍ୟମୋଡ଼ ନିକଟରେ ଲାଇଟ ଗୁଡିକ ଲାଗୁନଥିବା ଦେଖିବାକୁ ମିଳିଛି।

ଏହି ୧୧୬ଟି ଲାଗିବା ପରେ ଲୋକେ ଘାଟି ଅତିକ୍ରମ କରିବା ‌ବେଳେ ବହୁତ ସହଜ ଅନୁଭବ କରିବା ସହ ଲାଇଟ ଲାଗିବା ସ୍ଥାନରେ ଦୁର୍ଘଟଣା ବି କମିଛି। ଲାଇଟ ଗୁଡିକର ରକ୍ଷଣାବେକ୍ଷଣ ଓ ଦେଖାରଖା ନିୟମିତ ଭାବେ ହେଉ ନଥିବାରୁ ଧୀରେ ଧୀରେ ୨୬ଟି ଲାଇଟ ଲାଗୁନାହିଁ। ଏହାକୁ ନିୟମିତ ଭାବେ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe