ବଜ୍ରପାତ ନେଲା ଯୁବକଙ୍କ ଜୀବନ

ବଜ୍ରପାତ ନେଲା ଯୁବକଙ୍କ ଜୀବନ

Unsplash

ଦେବଗଡ଼: ଟୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ବଜ୍ରପାତରେ ମଙ୍ଗଳବାର ବାରକୋଟ ବ୍ଲକ ଅନ୍ତର୍ଗତ ଝରାକଣ୍ଢଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗ୍ରାମର ବିରଞ୍ଜି ମହାକୁଳ (୪୮)। ମିଳିଥିବା ସୂଚନା ଅନୁଯ‌ାୟୀ, ଝରାକଣ୍ଢଳ ଗ୍ରାମର ବିରଞ୍ଜି ଆଜି ଅପରାହ୍ନରେ ନିକଟସ୍ଥ ଜମିକୁ ଟୁଲ ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ହଠାତ ବଜ୍ରପାତ ଘଟିଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ବିରଞ୍ଜି ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ତାଙ୍କର ବିୟୋ‌ଗରେ ପରିବାର ଲୋକ ଭାଙ୍ଗିପଡିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe