ବଜ୍ରପାତରେ ପାଞ୍ଚଜଣଙ୍କ ମୃତ୍ୟୁ

Advertisment
ବଜ୍ରପାତରେ ପାଞ୍ଚଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବୁଧବାର ବଜ୍ରପାତରେ ବିଭିନ୍ନ ସ୍ଥାନରେ ୫ଜଣଙ୍କ ମୃତ୍ୟୁ ଘଟିଛି। ମାର୍ଶାଘାଇ ବ୍ଲକ୍‌ କରଞ୍ଜ ଗ୍ରାମରେ ବସବାସ କରୁଥିବା ପପୁନି ଦାସ (୨୩) ଓ ରଙ୍ଗାଧର ବେହେରା (୫୦) ଆଜି ସକାଳେ ବିଲକୁ କାମ ପାଇଁ ଯାଇଥିଲେ। ହଠାତ ଏହି ସମୟରେ ବିଜୁଳିଘଡ଼ଘଡ଼ି ମାରିଥିଲା। ଫଳରେ ଘଟଣାସ୍ଥଳରେ ଏହି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଳକ୍‌ ମରିଲୋ ଗ୍ରାମର ଦିଲ୍ଲୀପ ମଲ୍ଲିକ ଓ ଗୋତିରି ବିଲ ଗ୍ରାମର ଅଜୟ ନାୟକ ବି ଆଜି ସକାଳେ ଜମିରେ ଚାଷ କାମ କରୁଥିବା ବେଳେ ହଠାତ ବିଜୁଳି ମାରିଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ ମାର୍ଶାଘାଇ ନାରଣପୁରର ବିଜୟ ନାୟକଙ୍କ ବି ଆଜି ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଓସ୍ତର ଗାଁର ଦୁଇଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe