ପୃଥକ୍ ପୃଥକ୍ ସ୍ଥାନରେ ବଜ୍ରପାତ; ଜଣେ ମୃତ ଓ ୪ ଗୁରୁତର

ବଜ୍ରପା‌ତରେ ଯୁବଚାଷୀ ମୃତ

Image Courtesy of India.com

ବୈପାରିଗୁଡା: ଆଜି ଅପରାହ୍ନରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ପୃଥକ୍ ପୃଥକ୍ ତିନୋଟି ସ୍ଥାନରେ ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ଚାରିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର କେଲୁଗୁଡା ଠାରେ ଅପରାହ୍ନରେ ବଜ୍ରପାତ ଘଟି ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ଘଟଣା ଅନୁଯାୟୀ ସ୍ବାମୀ ସନିଆ ଖରା (୭୫) ଏବଂ ତାଙ୍କ ସ୍ତ୍ରୀ ରୁପି ଖରା (୭୦) ନିଜ କାଜୁ ବାଡ଼କୁ ଦେଖାରଖା କରିବା ପାଇଁ ଯାଇଥିଲେ। ଅପରାହ୍ନରେ ମେଘ ପବନ ଦେଖି ବର୍ଷା ଆଶଙ୍କା କରି ଘରକୁ ଫେରୁଥିବା ବେଳେ ଅଧବାଟରେ ବଜ୍ରପାତ ହେବା ଫଳରେ ରୁପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସନିଆ ଗୁରୁତର ହୋଇପଡିଥିଲେ।

ସେହିପରି ଦଶମନ୍ତପୁର ତଳସାହିର ଘାସି ବେରୁକୁ (୨୯) ସ୍ଥାନୀୟ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ ଚାକିରୀ କରନ୍ତି। ନିଜର ଡ୍ୟୁଟି ସାରି ଘରକୁ ଫେରିବା ପରେ ନିଜ ଘରେ ରହିଥିବା ମଟର ମିଲ୍ ଚାଲୁକରି କାମ ଆରମ୍ଭ କରିଥିଲେ। ସେହି ସମୟରେ ସବିତା ପ୍ରଧାନୀ(୩୦) ନିଜ ଧାନ ମିଲିଂ ପାଇଁ ପହଞ୍ଚିଥିଲେ। ହଠାତ୍ ବଜ୍ରପାତ ହେବା ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଛନ୍ତି। ସବିତା ପ୍ରଧାନୀ ଏବଂ ଘାସିଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଛି।

ତୃତୀୟ ଘଟଣା ଅନୁଯାୟୀ କୋଲାର ପଞ୍ଚାୟତର ଗନିପୁଟ ଗ୍ରାମର କୁଜଂ ମାଝୀଙ୍କ ଝିଅ ପ୍ରଭାତୀ (୯) ନିଜ ସାଙ୍ଗ ମାନଙ୍କ ସହ ଗାଆଁ ପାଖ ପଡିଆକୁ ଶୈଚ ପାଇଁ ଯାଇଥିଲା। ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା। ତେବେ ପ୍ରଭାତୀ ସାଙ୍ଗମାନଙ୍କ ଠାରୁ ପଛରେ ରହିଥିବାରୁ ବଜ୍ରପାତରେ ଗୁରୁତର ହୋଇପଡିଛି। ବୈପାରିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଭାତୀର ଚିକିତ୍ସା କରାଯାଇଥିବା ବେଳେ ଚିକିତ୍ସା ଦାୟିତ୍ବରେ ରହିଥିବା ଡ଼ା. ଅଧିରାଜ ସାହୁ ଏବଂ ଗୈାରବ ସର୍ଦାର ବର୍ତ୍ତମାନ ସୁଦ୍ଧା ପ୍ରତିଭାର ଚେତା ଫେରିନଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe