କେନ୍ଦୁଝର: ବିଲରେ କାମ କରୁଥିବା ବେଳେ ବଜ୍ରପାତ, ସ୍ୱାମୀ-ସ୍ତ୍ରୀ ସମେତ ୩ ମୃତ ଓ ଜଣେ ଗୁରୁତର

Advertisment
ଝଡ଼ବର୍ଷା ବଢ଼ିବ, ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

Weather Wiz Kids

କେନ୍ଦୁଝର: ବିଲରେ କାମ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅଂଚଳରେ ବୁଧବାର ଅପରାହ୍ଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅଂଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ବଡ଼ସିଆମାଳ ଗାଁରେ ଆଜି ଅପରାହ୍ଣ ୨ଟାରେ ବଜ୍ରପାତ ହେବାରୁ ଆଜି ଚୈତନ୍ୟ ମହାନ୍ତ (୪୦) ଓ ତାଙ୍କ ସ୍ତ୍ରୀ ମୀନା ମହାନ୍ତ (୩୫)ଙ୍କର ମୃତ୍ୟୁ ଘଟିଛି। ବଜ୍ରପାତ ସମୟରେ ସେମାନେ ବିଲରେ କାମ କରୁଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଡାକ୍ତରଖାନା ନିଆଯାଇଥିଲା। ଚୈତନ୍ୟ ଓ ମୀନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଅନ୍ୟ ଏକ ଘଟଣା ଏହି ବ୍ଲକର ଠାକୁରପଡ଼ା ଗାଁରେ ଘଟିଥିଲା। ଅପରାହ୍ଣ ପ୍ରାୟ ୨ଟା ବେଳେ ବଜ୍ରଘାତ ହେବାରୁ ଜୟନ୍ତୀ ମହରାଣା(୩୮)ଙ୍କର ମୃତ୍ୟୁ ଘଟିଛି। ଗୁରୁତର ହେବା ପରେ ଜୟନ୍ତୀଙ୍କୁ ହସ୍‌ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମଳାଙ୍ଗି ଗ୍ରାମର ଯୁବତୀ ଲାବଣ୍ୟବତୀ ମହାନ୍ତ ବଜ୍ରାଘାତର ଶିକାର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe