Image Courtesy of Zee News
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଆଖପାଖ ଅଂଚଳରେ କାଳବୈଶାଖୀ ପ୍ରଭାବରେ ଜୋର୍ରେ ପବନ ବହିବା ସହ ସାମାନ୍ୟ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ଭବାନୀପାଟଣା ସଦର ବ୍ଲକ୍ର ଚହଗାଁ ପଞ୍ଚାୟତ ଘଟବାହାଲି ଗ୍ରାମର ସଚିନ ମାଝୀ (୨୨) ବର୍ଷାରୁ ନିଜ ଜମିର କଟା ଧାନକୁ ବଞ୍ଚାଇବା ଜମିକୁ ଯାଇଥିଲେ। ହଠାତ୍ ବଜ୍ରପାତ ଯୋଗୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ବଜ୍ରପାତରେ ଲକ୍ଷ୍ମୀପୁର ପଞ୍ଚାୟତ ଗୋଠଭଟା ଗ୍ରାମର ଅର୍ଜୁନ ସାଙ୍କ ଗୋଟିଏ ବଳଦ ଓ ବେଲଗାଁ ପଞ୍ଚାୟତ ଉପର କେନ୍ଦୁଗୁଡ଼ା ଗ୍ରାମର ଧନକର ମାଝୀଙ୍କ ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଉଭୟ ବଳଦ ଉପର କେନ୍ଦୁଗୁଡ଼ାକୁ ଚରିବା ପାଇଁ ଯାଇଥିବା ବେଳେ ଅପରାହ୍ଣ ୪ଟାରେ ବଜ୍ରପାତର ଶିକାର ହୋଇଥଇଲେ। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହେଉଛି।
Follow Us