ସ୍କୁଲରେ କାମ କରୁଥିବା ବେଳେ ବଜ୍ରପାତ ନେଲା ଶ୍ରମିକଙ୍କ ଜୀବନ

Advertisment
ବିମାନ ଯାଞ୍ଚ କରୁଥିବାବେଳେ ବଜ୍ରପାତ: ଇଣ୍ଡିଗୋର ଦୁଇ ଯୁବ ଇଞ୍ଜିନିୟର ଆହତ

Business Green

ପାଟଣାଗଡ଼: ବଜ୍ରଘାତରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ନୂତନ କୋଠା ନିର୍ମାଣ ଚାଲିଥିଲା। ଏଠାରେ କାମ ଚାଲିଥିବା ବେଳେ ସନ୍ଧ୍ୟା ୫ଟାରେ ବର୍ଷା ସହ ବଜ୍ରାଘାତ ହୋଇଥିଲା। ଏଥିରେ ନିୟୋଜିତ ଶ୍ରମିକ ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ ନିକଟରେ ଥିବା ବଡପଡା ଲିନକନ ସୁନା(୨୧)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସେଠାରେ ମିସ୍ତ୍ରୀ ଭାବେ କାମ କରୁଥିବା ମୁରସିଗାବାଦର ବାସୁ ସେଠ(୩୦) ଗୁରୁତର ହୋଇ ପଡିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିଲା। ଗୁରୁତର ଥିବା ବାସୁକି ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଉଥିବା ଜଣାପଡିଛି। ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe