ବଜ୍ରପାତରେ ୬ ବର୍ଷ ବୟସର ଶିଶୁ ମୃତ

Advertisment
ବିମାନ ଯାଞ୍ଚ କରୁଥିବାବେଳେ ବଜ୍ରପାତ: ଇଣ୍ଡିଗୋର ଦୁଇ ଯୁବ ଇଞ୍ଜିନିୟର ଆହତ

Business Green

ରାୟଗଡ଼ା: ରାୟଗଡ଼ା ବ୍ଲକ୍ ଜେମାଦେଇପେଣ୍ଠ ପଞ୍ଚାୟତ ମହାଦେବ କାକିଲି ଗ୍ରାମରେ ୬ ବର୍ଷର ବାଳକ ବାବୁନି କାଳପାଙ୍କ ଆଜି ବ୍ରଜପାତରେ ମୃତ୍ୟୁ ଘଟିଛି। ବାବୁନି ସଂଧ୍ୟାରେ ନିଜ ସାଥୀଙ୍କ ସହ ଖେଳୁଥିବା ବେଳେ ହଠାତ୍ ମେଘ, ପବନ ଆସିଥିଲା। ଫଳରେ ସଭିଁଏ ଏକ ତେନ୍ତୁଳି ଗଛ ତଳେ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ବଜ୍ରପାତ ଘଟିବା ଯୋଗୁ ବାବୁନିର ମୃତ୍ୟୁ ହୋଇଥିଲା। ମୃତ ବାବୁନି ଇରୁକୁବାଡ଼ି ପଞ୍ଚାୟତ ଅଣକା ଗ୍ରାମର ସବା କଳପାଙ୍କ ପୁଅ ବୋଲି ଜଣାପଡିଛି। ଘଟଣା ସଂପର୍କରେ ପ୍ରଚାର ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି। ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe