ଶାଗ ତୋଳିବା ପାଇଁ ନଇକୂଳକୁ ଯାଇଥିଲେ ୨ ନାବାଳିକା, ବଜ୍ରାଘାତରେ ଚାଲିଗଲା ଜୀବନ     

ଶାଗ ତୋଳିବା ପାଇଁ ନଇକୂଳକୁ ଯାଇଥିଲେ ୨ ନାବାଳିକା, ବଜ୍ରାଘାତରେ ଚାଲିଗଲା ଜୀବନ     

ନବରଙ୍ଗପୁର/କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଟେମରା ଗାଁରେ ଆଜି ପ୍ରାୟ ଘ.୪.୩୦ ମିନଟ ସମୟରେ ବଜ୍ରାଘାତରେ ଦୁଇ ଜଣ ନାବାଳିକା ମୃତ୍ୟୁ ବରଣ କରିଛନ୍ତି ଏବଂ ଜଣେ ଗୁରୁତର  ଅବସ୍ଥାରେ କୋଷାଗୁମୁଡ଼ା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ବିଶେଷ  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟେମରା ଗାଁର ହୀରାଦେଇ ଭତ୍ରା (୧୨), ଉର୍ମିଳା ଭତ୍ରା(୧୩), ଲତା କେଉଟ(୧୩) ଓ ମେନକା ଭତ୍ରା(୧୩) ଟେମରା ନଦୀ ନିକଟ ସୁନୁସୁନିଆ ଶାଗ ତୋଳିବା ପାଇଁ ଯାଇଥିଲେ । ହଠାତ ସେହି ସମୟରେ ବର୍ଷା ହେବାରୁ ପାଖରେ ଥିବା ଆଖୁପେଡା ଛପର ଘରେ ଆଶ୍ରୟ ନେଇଥିବା ସମୟରେ ଘଡଘଡି ମାରିବା ସହ  ବିଜୁଳି ପଡିଥିଲା ।  ଯାହା ଫଳରେ ଘଟଣା ସ୍ଥଳରେ ହିଁ ହୀରାଦେଇ, ଉର୍ମିଳା ଓ ଲତା ଗୁରୁତର ଭାବେ ଆହତ  ହୋଇପଡିଥିଲେ ।

ସେହି ସମୟରେ କେବଳ ମେନକା ହିଁ ଦୁର୍ଘଟଣା ରୁ ଅଳ୍ପକେ ବର୍ତିଯାଇଥିଲା।  ମେନକା  ନିକଟରେ ରହୁଥିବା  ସଦନ ଭତ୍ରାକୁ ଦୌଡି ଯାଇ ଖବର ଦେଇଥିଲେ ।  ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ନାବାଳିକାକୁ ଉଦ୍ଧାର କରି କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରାଇଥିଲେ। କୋଷାଗୁମୁଡା ଡାକ୍ତରଖାନାର ଡାକ୍ତର ଜ୍ଞାନ ରଂଜନ ପାଢ଼ୀ ହୀରାଦେଇ ଓ ଉର୍ମିଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।  ଏବେ ଲତା କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଚିକିତ୍ସିତ ହେଉଥିବା ଏବଂ ସୁସ୍ଥ ଥିବା ଜଣାପଡିଛି  । ଦୁଇ ନାବାଳିକାଙ୍କ ପିତା କୋଷାଗୁମୁଡ଼ା ଥାନାରେ ଆଜି ରାତି ରେ ଏତଲା  ଦେଇ ଛନ୍ତି । ଆସନ୍ତା କାଲି ସକାଳେ ଦୁଇ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ  ଡା. ପାଢ଼ୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe