ସର୍ପାଘାତରେ ନନ୍ଦନକାନନର ସିଂହୀ ମୃତ, ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା

Advertisment
ଜଣା-ଅଜଣା : ପୃଥିବୀର ଏହି ସବୁ ଅଞ୍ଚଳରେ ସାପ ଦେଖାଯା’ନ୍ତି ନାହିଁ

Scroll.in

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୦ ନମ୍ବର ଖୁଆଡରେ ରହୁଥିବା ଏସୀୟ ସିଂହୀ ଗଙ୍ଗା ବିଷଧର ସର୍ପ ପାହାଡି ଚିତି ବୋଡା ଦଂଶନରେ ପ୍ରାଣ ହରାଇଛି। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ଆସିଛି। ଚିକିତ୍ସା ବିଳମ୍ବ ହେବାରୀୁ ସିଂହୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର।

ସକାଳ ପ୍ରାୟ ସ‌ାଢେ ଆଠଟା ବେଳେ ଖୁଆଡ ଦାୟିତ୍ବରେ ଥିବା ଜନ୍ତୁ ରକ୍ଷକ ଦେଖିବାକୁ ପାଇଥିଲେ ଯେ 'ଗଙ୍ଗା' ଖୁଆଡ ମଧ୍ୟରେ ପଡି ଛାଟିପିଟି ହେଉଛି। ତୁରନ୍ତ ବନରକ୍ଷୀଙ୍କୁ ସୂଚନା ଦେବା ପରେ ନନ୍ଦନକାନନର ପ୍ରାଣୀ ଚିକିତ୍ସାକ ଡକ୍ଟର ଶରତ ସାହୁ ଖୁଆଡକୁ ଯାଇ କର୍ମଚାରୀମାନଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଥିବା ସିଂହୀକୁ ଟିକା ଦେଇଥିଲେ। ଉପସ୍ଥିତ କର୍ମଚାରୀମାନେ ମିଳି ମିଶି ବଞ୍ଚାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥିଲେ। ହେଲେ ମାତ୍ର ପାଞ୍ଚ ମିନିଟ ପରେ ଗଙ୍ଗା ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲା। ଏହାରି ଭିତର କର୍ମଚାରୀମାନେ ଗଙ୍ଗା ରହୁଥିବା ଖୁଆଡ ପରିସର ମଧ୍ୟରେ ଛାନଭିନ୍ କରିବାରୁ ପାଣି କୁଣ୍ଡ ଉପରକୁ ଏକ ବିରଳ ପ୍ରଜାତିର ସାପ ଚଢୁଥିବାର ଦେଖିବାକୁ ପାଇଥିଲେ।

ତୁରନ୍ତ ସାପଟିକୁ ଜଣେ କର୍ମଚାରୀ ବାଡି ପକାଇ ମାଡି ବସିଥିଲେ। ଧରା ପଡିଥିବା ସାପଟି ଥିଲା ଏକ ବିରଳ ପ୍ରଜାତୀର ଜଙ୍ଗଲି ବୋଡା। ଏହାର ଲମ୍ବ ୩ ଫୁଟ୍। ସାପଟିକୁ ଆଣି ସରିସୃପ ଉଦ୍ୟାନ ପରିସରରେ ରଖାଯାଇଛି। ଓୟୁଏଟି ଡିନ୍ ତଥା ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡ ସୁଶେନ ପଣ୍ଡା ସିଂହୀ ଗଙ୍ଗାର ଶବ ବ୍ୟବଚ୍ଛେଦ କରିଛନ୍ତି। ଶବ ବ୍ୟବଚ୍ଛେଦ ବେଳେ ପ୍ରାଥମିକ ତଦନ୍ତରୁ ତା ଶରୀରରେ ବିଷଧର ସର୍ପ ବିଷ ପ୍ରକ୍ରିୟାର ଲକ୍ଷଣ ମିଳିଛି। ଏସୀୟ ସିଂହୀ ଗଙ୍ଗାକୁ ୨୦୧୫ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ଅନ୍ୟ ୩ଟି ସମ ପ୍ରଜାତିଙ୍କ ସହିତ ଇସରାଏଲର ତେଲଆବିଭରୁ ନନ୍ଦନକାନନକୁ ଅଣାଯାଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ଏକମାତ୍ର ଆଫ୍ରିକୀୟ ସିଂହୀ 'ବିନି' ରହିଛି। ବର୍ତ୍ତମାନ ୭ଟି ବର୍ଣ୍ଣଶଙ୍କର (ହାଇବ୍ରିଡ), ୮ଟି ଏସୀୟ ଓ ‌୧ଟି ଆଫ୍ରିକୀୟଙ୍କୁ ମିଶାଇ ମୋଟ ୧୬ଟି ସିଂହ ନନ୍ଦନକାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe