ପାରାଦ୍ବୀପଠାରେ ମଦ ମାଫିଆଙ୍କ ଆକ୍ରମଣ

Advertisment
ପାରାଦ୍ବୀପଠାରେ ମଦ ମାଫିଆଙ୍କ ଆକ୍ରମଣ

Sambad

ପାରାଦ୍ବୀପ: ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ ବିଶ୍ବାଳି ଗ୍ରାମରେ ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ମଦ ମାଫିଆଙ୍କ ଆକ୍ରମଣ। ଆହତ ଦୁଇଜଣଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଦୀର୍ଘଦିନ ଧରି ବିଶ୍ବାଳି ଗ୍ରାମରେ ଟେସନାରୀ ଦୋକାନ କରିଥିବା ସୋମନାଥ ପଲେଇ ଓ ଗୋପବନ୍ଧୁ ପଲେଇ ଦୋକାନ ମଧ୍ୟରେ ଚୋରା ମଦ ବ୍ୟବସାୟ କରିଆସୁଥିଲେ। ଫଳରେ ଲୋକମାନେ ମଦ ପାଇଁ ଆସି ଦୋକାନ ସାମ୍ନାରେ ଥିବା ଶିବରାମ ପଲେଇଙ୍କ ଘର କବାଟ ବାଡେଇଥାନ୍ତି। ଯାହାକୁ ବିରୋଧ କରି ଶିବରାମ ପାରାଦ୍ଵୀପ ଲକ୍ ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ଆଜି ସୋମନାଥ ପଲେଇ ଓ ଗୋପିନାଥ ପଲେଇଙ୍କ ସମେତ ପରିବାରର ଅନ୍ୟମାନେ ମିଶି ହେଲମେଟ ଓ ଘାସକଟା ପନ୍ତ ସାହାଯ୍ୟରେ ଶିବରାମ ଓ ତାଙ୍କ ପୁଅ ପ୍ରକାଶ ପଲେଇଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟ ବାପ ପୁଅଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଶିବରାମଙ୍କୁ ଜଗତସିଂହପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଶିବରାମଙ୍କ ବୋହୁ ଲକ୍ ଥାନାରେ ଏତେଲା ଦେବା ପରେ ପୁଲିସ ପକ୍ଷରୁ ଆହାତଙ୍କ ତ୍ବରିତ ଚିକିତ୍ସା ବ୍ୟବସ୍ଥା କରାଇବାର ବ୍ୟବସ୍ଥା କରାଇବା ସହିତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe