ଅବକାରୀ ଚଢଉ: ବିପୁଳ ପରିମାଣର ପୋଚ ଏବଂ ମଦ ଜବତ

Advertisment
ଅବକାରୀ ଚଢଉ: ବିପୁଳ ପରିମାଣର ପୋଚ ଏବଂ ମଦ ଜବତ

Sambad

ବୈପାରିଗୁଡା: ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ବୈପାରିଗୁଡା ଅବକାରୀ ବିଭାଗ ତରଫରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ପୋଚ ଏବଂ ମଦ ଜବତ କରିବା ସହ ନଷ୍ଟ କରାଯାଇଛି। ଏହି ଚଢ଼ଉରେ ଜୟପୁର ଅବକାରୀ ବିଭାଗ ଏବଂ ବୈପାରିଗୁଡା ଅବକାରୀ ବିଭାଗ ସହିତ କୋରାପୁଟ ଏପିଆର୍ ଫୋର୍ସ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୈପାରିଗୁଡା ଥାନା ଅଧିନସ୍ଥ ଲାଛନାଗୁଡା ଗ୍ରାମ ଠାରେ ବେଆଇନ ଭାବେ ରନ୍ଧା ଯାଉଥିବା ମଦ ଭାଟି ଉପରେ ଚଢ଼ଉ କରାଯାଇ ଉକ୍ତ ସ୍ଥାନରୁ ୬୩୦୦ ଲିଟର ମହୁଲ ପୋଚ ଏବଂ ୪୯୦ ଲିଟର ଦେଶୀ ମଦ ଜବତ କରାଯିବା ସହ ସେସବୁକୁ ନଷ୍ଟ କରାଯାଇଥିବା ପ୍ରକାଶ।

ଅବକାରୀ ନିରୀକ୍ଷକ ଦୁର୍ବାଦଳ ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି କରାଯାଇଥିଲା। ଏହି ଚଢ଼ଉରେ ଅବକାରୀ ଓଆଇସି ସଂଜୟ କୁମାର କାଣ୍ଡିଙ୍କ ସମେତ ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଚଢ଼ଉ ବେଳେ ସମସ୍ତ ଚୋରା ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ତରଫରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe