ଦୁଇଦିନିଆ ଅବକାରୀ ଚଢ଼ଉ; ବିପୁଳ ପରିମାଣର ମଦ ଜବତ

ଦୁଇଦିନିଆ ଅବକାରୀ ଚଢ଼ଉ; ବିପୁଳ ପରିମାଣର ମଦ ଜବତ

Sambad

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ଅବକାରୀ ଅଧିକ୍ଷକ ମୋନଜ କୁମାର ସେଠୀଙ୍କ ନିର୍ଦେଶକ୍ରମେ ବୋରିଗୁମ୍ମା ଅବକାରୀ କେ.ତ୍ରୀପତି ପଟ୍ଟନାୟକଙ୍କ ନେତୃତ୍ୱରେ ଅବକାରୀ ଟିମ, କୋଟପାଡ଼ ପୁଲିସ, ବୋରିଗୁମ୍ମା ପୁଲିସ ଓ ବିସିଂହପୁର ପୁଲିସର ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ମଦ ଜବତ କରାଯାଇଛି। ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ପାଠୁଆଗୁଡା ଏବଂ ବୋରିଗୁମ୍ମା ଥାନା ହାଟଗୁଡାରେ ଅବକାରୀ ଏହି ଚଡାଉ ହୋଇଥିବା ସୂଚନା ମିଳିଛି। ଏହି ଚଢ଼ଉରେ କାହାକୁ ଗିରଫ କରାଯାଇନଥିବା ବେଳେ ଦୁଇଦିନରେ ଦୁଇଟି ମାମଲା ରୁଜୁ କରାଯାଇଛି। ପାଠୁଆଗୁଡ଼ାରୁ ୩୨୫୦ ଲିଟର ମଦ ସହ ୨୭୦ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ହାଟଗୁଡା ଠାରେ ୨୯୦୦ ଲିଟର ମଦ ସହ ୩୨୦ ଲିଟର ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି।

ବୋରିଗୁମ୍ମା ଅତିରିକ୍ତ ତହସିଲଦାର ସଞ୍ଜୀବ କୁଲୁଙ୍କ ସହିତ, ବୋରିଗୁମ୍ମା କୋଟପାଡ଼ ଏବଂ ବି ସିଂହପୁର ପୁଲିସ ଏବଂ ସ୍ୱତନ୍ତ୍ର ପୁଲିସ ଫୋର୍ସ, ଜୟପୁର ଅବକାରୀ ଇନ୍ସପେକ୍ଟର ଧ୍ରୁବଳ ବିଶ୍ୱାଳ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିବା ସୂଚନା ଦେଇଛି ଅବକାରୀ ବିଭାଗ। ମଦ ପ୍ରସ୍ତୁତରେ ବ୍ୟବହାର ସମସ୍ତ ସାମଗ୍ରୀକୁ ଜବତ କରାଯାଇ ଏହି ଚଢ଼ଉ ପୁଣି ବିଭିନ୍ନ ସ୍ଥାନରେ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ କେ.ତ୍ରୀପତି ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe