ତିନି ପୃଥକ ମାମଲାରେ ତିନି ଗିରଫ, ୮୫ ଲିଟର ମଦ ଜବତ

ତିନି ପୃଥକ ମାମଲାରେ ତିନି ଗିରଫ, ୮୫ ଲିଟର ମଦ ଜବତ

Sambad

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ ପକ୍ଷରୁ ଜଙ୍କିଆ, ବେଗୁନିଆ ଆଦି ଅଞ୍ଚଳରେ ଚଢ଼ଉ କରାଯାଇ ତିନିଟି ପୃଥକ ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୮୫ଲିଟର ଦେଶୀ ମଦ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ, ଜଙ୍କିଆ ଥାନା ଅଧୀନ ଟାଙ୍କୋଳରୁ ବ୍ରଜ କିଶୋର ସାହୁ, ଜଙ୍କିଆ ଥାନା ଅଧୀନ କମାଗୁରୁ ଠାରୁ ସଂଗ୍ରାମ ବାରିକ ଓ ଯଦୁମଣି ରଣସିଂହ। ସେମାନଙ୍କ ନିକଟରୁ ମୋଟ ୮୫ଲିଟର ଦେଶୀମଦ ଜବତ କରାଯିବା ସହ ସେମାନଙ୍କ ବିରୋଧରେ ୪୮, ୪୯, ୫୦/୨୦୨୩ରେ ତିନିଟି ପୃଥକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe