ନକଲି ମଦ କାରଖାନାରେ ଚଢଉ; ବିପୁଳ ମଦ ଜବତ, ଜଣେ ଗିରଫ

Advertisment
ନକଲି ମଦ କାରଖାନାରେ ଚଢଉ; ବିପୁଳ ମଦ ଜବତ, ଜଣେ ଗିରଫ

Sambad

ରାୟଗଡା: ରାୟଗଡା ଜିଲ୍ଲା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅବକାରୀ ବିଭାଗର ମୋବାଇଲ ୟୁନିଟକୁ ନେଇ ସ୍ଥାନୀୟ କସ୍ତୁରୀ ନଗରର ଏକ ଘରେ ନକଲି ମଦ କାରଖାନା ରହିଥିବା ଖବର ପାଇବା ପରେ ଚଢ଼ଉ କରାଯାଇଥିଲା। ଆର. ଭେଙ୍କେଟ ଚୌଧୁରୀ ନାମକ ବ୍ୟକ୍ତି ଏହି ଦେଶୀ ମଦ କାରଖାନା କରିବା ସୂଚନା ରହିଛି। ଅବକାରୀ କର୍ମଚାରୀ ଚଢଉ କରି ୪୦ଟି ବୋତଲ ଆଇବି, ୨୦ ବୋତଲ ରୋୟାଲ ଗ୍ରୀନ, ମେକଡୋଲ ୩୨ ବୋତଲ ଏବଂ ମଦ ପ୍ରସ୍ତୁତ କରିବା ଲିକ୍ୟୁଡ ୭୬ ବୋତଲ ଜବତ କରିଥିଲା। ଏଥିସହ ଆଇବିର କ୍ୟାପ ୪୦୯ଟି, ଆରଏସ କ୍ୟାପ ୪୫ଟି ଏବଂ ଗୋଲ୍ଡ କ୍ୟାପ ୬୯ଟି ମଧ୍ୟ ଜବତ କରିଥିଲା। ତେବେ ଏହି ମଦକୁ ଭେଙ୍କେଟ ଆନ୍ଧ୍ର ପ୍ରଦେଶର କୋଡେସୁ, କନ୍ନେରୁ, ଆନ୍ଦେଭଦ୍ରା ଅଞ୍ଚଳକୁ ନେଇ ବିକ୍ରି କରୁଥିବା କହିଥିଲା। ତେବେ ଏହି ମଦ ବିଷାକ୍ତ ହୋଇଥିବାରୁ ଲୋକଙ୍କର ଖୁବଶୀଘ୍ର ମୃତ ହେବା ସମ୍ଭାବନା ରହିଥିବା ଅବକାରୀ ଅଧିକାରୀ ଜାଣି ପାରିଥିଲେ। ତେବେ ସେ ତିନି ମାସ ହେଲା ଏହି ନକଲି ମଦ କାରଖାନା କରିଥିବା ସ୍ବୀକାର କରିଥିଲା। ତେବେ ରାୟଗଡାରେ ମଦ ବିକ୍ରି କରୁଥିଲା କି ନାହିଁ ବୋଲି ପଚରା ଯିବାରେ ଭେଙ୍କେଟ ମନା କରି ଦେଇଥିଲା। କିନ୍ତୁ ଗୋଟିଏ ବୋତଲକୁ ଏକ ଶହ ଟଙ୍କାରେ ବିକ୍ରି କରୁଥିବା ସ୍ବୀକାର କରିଥିଲା।

publive-image Sambad

ଗତ ତିନି ମାସରେ ସେ ୬୦ ହଜାର ଟଙ୍କା ଲାଭ ପାଇଥିବା ମଧ୍ୟ କହିଥିଲା। ତେବେ ଏହି ନକଲି ମଦ କାରବାରକୁ ଅବକାରୀ ବିଭାଗ ଠିକ ସମୟରେ ଚଢ଼ଉ କରି ଧରିଥିବାରୁ ଏକ ବଡ ଅଘଟଣରୁ ଜିଲ୍ଲା ବର୍ତ୍ତିଯାଇଥିବା ଆଲୋଚନା ହେଉଛି। ତେବେ ଏହି ସ୍ପିରିଟ ବା ମଦ ତିଆରି କରିବା ପାଇଁ ଯେଉଁ ଲିକ୍ବିଡ ଭେଙ୍କେଟ ଆଣୁଛି ତାକୁ ସ୍ଥାନୀୟ ଅଞ୍ଚଳର ବାବୁଲା ସାହୁକାର ନାମକ ଜଣେ ବ୍ୟକ୍ତି ଯୋଗାଇ ଦେଉଥିବା ଅବକାରୀ ଅଧିକ୍ଷକଙ୍କୁ କହିଥିଲା। ଆଜି ଅବକାରୀ ଅଧିକ୍ଷକ ଶ୍ରୀ ବେହେରାଙ୍କ ସମ୍ମୁଖରେ କିପରି ସେ ମଦ ପ୍ରସ୍ତୁତ କରୁଥିଲା ତାହାର ଏକ ଡେମୋ ଦେଖାଇଥିଲା। ଅତି କମ୍ ସମୟରେ ସେ ଶହ ଶହ ବୋତଲ ତିଆରି କରି ପାରୁଥିବା କହିଥିଲା। ତେବେ ଏହି ମଦକୁ ସ୍ଥାନୀୟ ଅଞ୍ଚଳର ଗରିବ ଖଟିଖିଆ ମାନେ ମଧ୍ୟ ନେଇ ପିଉଥିବା କୁହାଯାଇଛି। ତେବେ ଭେଙ୍କେଟ ଗିରଫ ହେଲେ ମଧ୍ୟ ଏହାର ରାକେଟ ବଡ ରହିଥିବା ଅବକାରୀ ବିଭାଗ ହୃଦୟଙ୍ଗମ କରି ପାରିଛି। ଏହି ଘଟଣାରେ ସାମିଲ ଥିବା ସମସ୍ତ ଆସାମୀକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe