ଲକଡାଉନ ପୂର୍ବରୁ ମଦ ବାର ଦୋକାନକୁ ସିଲ କଲା ପୁଲିସ; ମଦ ଦୋକାନରେ ଆଜି ପ୍ରବଳ ଭିଡ

Advertisment
ଲକଡାଉନ ପୂର୍ବରୁ ମଦ ବାର ଦୋକାନକୁ ସିଲ କଲା ପୁଲିସ; ମଦ ଦୋକାନରେ ଆଜି ପ୍ରବଳ ଭିଡ

Sambad

ମାଲକାନଗିରି: ଆସନ୍ତାକାଲି ଠାରୁ ରାଜ୍ୟରେ ୧୪ ଦିନ ପାଇଁ ଲକ୍‌ଡାଉନ୍‌ ହେଉଥିବା ବେଳେ ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଲକଡାଉନ ହେବ। ତେବେ ଆସନ୍ତାକାଲି ଠାରୁ ମଦ ଦୋକାନ ଗୁଡିକ ବନ୍ଦ ହେବାକୁ ଯାଉଥିବା ବେଳେ ମଦ ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଲୋକେ ଲାଇନ ବାନ୍ଧି ମଦ ନେଉଥିବା ଦେଖିବାକୁ ମିଳିଥିଲା। ୧୪ ଦିନ ପାଇଁ ମଦ ସାଇତି ରଖିବା ପାଇଁ ଲୋକେ ବ୍ୟାଗ ବ୍ୟାଗ ମଦ ନିଜର ଦରକାର ମୁତାବକ ନେଉଥିଲେ। ତେବେ ସ୍ଥାନୀୟ ଏକ ମଦ ବାରକୁ ସିଲ କରାଯାଇଥିବା ଦେଖିବାକୁ ମିଳିଛି। ଏସ୍ଡି‌ପିଓ ଅଂଶୁମାନ ଦ୍ବିବେଦୀ ଏବଂ ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ବରେ ଏହି ମଦ ଦୋକାନକୁ ସିଲ କରାଯାଇଥିଲା।

ଜିଲ୍ଲାରେ କରୋନାର ପ୍ରକୋପ ଧିରେ ଧିରେ ବଢୁଛି। ଏହି କ୍ରମରେ ଆଜି ଜିଲ୍ଲାରେ ୩୨ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି। ସେଥିମଧ୍ୟରୁ ବାଲିମେଳା ଏନଏସିରେ ଜଣେ, ମାଲକାନଗିରି ବ୍ଲକରେ ୩ ଜଣ, ମାଥିଲି ବ୍ଲକରେ ୭ ଜଣ, ଖଇରପୁଟ ବ୍ଲକରେ ୪ ଜଣ, କାଲିମେଳା ବ୍ଲକରେ ୧୦ ଜଣ, ଚିତ୍ରକୋଣ୍ଡା ବ୍ଲକରେ ଜଣେ ବୋଲି ଜଣାପଡିଛି। ସେହିପରି ଜିଲ୍ଲାରେ ପ୍ରବାସୀଙ୍କ ଭିଡ ମଧ୍ୟ ଜମୁଛି। ଆସନ୍ତାକାଲି ଠାରୁ ଲକ୍ଡା‌ଉନ ହେବାକୁ ଥିବା ବେଳେ ମୋଟୁ ଠାରେ ପ୍ରବାସୀଙ୍କ ପ୍ରବଳ ଭିଡ। ସମସ୍ତେ ନିଜ ନିଜ ଘରକୁ ଲକ୍‌ଡାଉନ୍‌ ପୂର୍ବରୁ ଫେରିବାକୁ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe