ଶସ୍ତା ହେଲା ଇଲିିସି, ୧୫୦୦ ପରିବର୍ତ୍ତେ କିଲୋ ହେଲା ୧୫୦ଟଙ୍କା

ଶସ୍ତା ହେଲା ଇଲିିସି, ୧୫୦୦ ପରିବର୍ତ୍ତେ କିଲୋ ହେଲା ୧୫୦ଟଙ୍କା

ଭଦ୍ରକ: ଇଲିସିର ଚାହିଦା ଅଧିକ ରହିଥିବା ହେତୁ ଏହା ସାଧାରଣତଃ କିଲୋ ପିଛା ହଜାରଟଙ୍କାରୁ ପନ୍ଦର ଶହ ଟଙ୍କା ଯାଏଁ ବିକ୍ରି ହୋଇଥାଏ। କିନ୍ତୁ ଧାମରାରେ ଇଲିସି ଶସ୍ତା ମୂଲ୍ୟରେ ମିଳୁଛି।

ସୂଚନାଯୋଗ୍ୟ, ଯେଉଁ ମାଛକୁ କିଛି ଦିନ ପୂର୍ବରୁ ଲୋକ ହଜାରେ ଟଙ୍କାରୁ ୧୫ଶହ ଟଙ୍କା ଯାଏଁ କିଣୁଥିଲେ, ଏବେ ଏହା ମାତ୍ର ୧୫୦ ଟଙ୍କାରେ ମିଳୁଛି। ପୂର୍ବ ମୁହାଁ ଶୀତୁଆ ପବନରେ ଇଲିସି ମାଛ ମୁହାଣ ମୁହାଁ ହେଉଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଶହ ଶହ କ୍ୱିଣ୍ଟାଲ ମାଛ ପଡୁଛନ୍ତି । ଧାମରା ଚନ୍ଦିନୀପାଳ ଅଂଚଳରେ ପ୍ରତିଦିନ ମତ୍ସ୍ୟଜୀବୀମାନେ ଟନ ଟନ୍‌ ଇଲିସି ଧରୁଥିବାରୁ ଏବେ ମାଛ ଦର ଶସ୍ତା ହୋଇଛି । ବରଫ ଦେଇ ଏତେ ମାତ୍ରାରେ ମାଛ ରଖିବାରେ ମତ୍ସ୍ୟଜୀବୀ ସକ୍ଷମ ନଥିବାରୁ ଶସ୍ତାରେ ଇଲିସି ମାଛ ବିକ୍ରି କରି ଦେଉଛନ୍ତି।

ଅନ୍ୟପକ୍ଷରେ ଧାମରା ଅଂଚଳର ବିଦ୍ୟୁତ ସମସ୍ୟା ଯୋଗୁଁ ଆବଶ୍ୟକୀୟ ବରଫ ବି ମିଳୁନାହିଁ। ଫଳରେ ଇଲିସି ମାଛଗୁଡିକ ନଷ୍ଟ ହୋଇଯାଉଥିବାରୁ ମତ୍ସ୍ୟଜୀବୀ ଖୁବ୍‌ କମ୍‌ ଦରରେ ବିକ୍ରି ଦେଉଛନ୍ତି । ଆଉ ଇଲିସ ମାଛର ଦର କମ ରହିଥିବାରୁ ଧନୀ ଓ ଗରିବ ସମସ୍ତେ ଏହି ମାଛ କିଣି ପାରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe