କଳିଙ୍ଗା ଉଚ୍ଚବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ପାଳିତ

କଳିଙ୍ଗା ଉଚ୍ଚବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ପାଳିତ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ଓ ସୃଜନ ଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳିଙ୍ଗା ସରକାରୀ ବିଏଡି କଲେଜର ରାଜନୀତି ବିଜ୍ଞାନର ପ୍ରଫେସର ବିଚିତ୍ର କୁମାର ବେହେରା ଏବଂ କଳିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍. ସିମଞ୍ଚଳ ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ପ୍ରଫେସର ବିକ୍ରମ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗ ପ୍ରଫେସର ସୁଶାନ୍ତ କୁମାର ରଣା ଯୋଗଦେଇ ଉତ୍ସଵ ଉଦଘାଟନ କରିବା ସହ ଭାଷା ସାହିତ୍ୟର ତାତ୍ପର୍ଯ୍ୟ ଏହାର ଉପକାରୀତା ଉପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।

ଛାତ୍ର ଜୀବନରେ ଭାଷା ସାହିତ୍ୟ କିଭଳି ଆବଶ୍ୟକ ଏବଂ ଭବିଷ୍ୟତରେ ଏହାର ବ୍ୟବହାର ଅପରିହାର୍ଯ୍ୟ ତାଉପରେ ନିଜ ନିଜ ମତ ରଖିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନେଇ ଭାଷା ସାହିତ୍ୟ ଉପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଉତ୍ସବକୁ କଳିଙ୍ଗା ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ହରିହର ପଟ୍ଟନାୟକ ପରିଚାଳନା କରିଥିଲେ।

ରଟିଙ୍ଗିଆସ୍ଥିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ଵାରା ନିର୍ଦ୍ଧାରିତ ଓଡ଼ିଆ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୋ କଥା ମୋ କାହାଣୀ ଶୀର୍ଷକରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନୀ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ, ସମ୍ମାନିତ ଅତିଥି ବରିଷ୍ଠ ଶିକ୍ଷକ ଭାସ୍କର ସାମଲ, ଅନ୍ୟତମ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି କରାଳ ମଲ୍ଲିକ, ମୋ ସ୍କୁଲ ଅଭିଯାନ ସଭାପତି ହୃଷିକେଶ ପ୍ରଧାନ ଓ ମହାବୀର ମୋଟର୍ସର ଅଧ୍ୟକ୍ଷା ସସ୍ମିତା ସାହୁ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ସାହିତ୍ୟ ସୃଜନୀ, ଜିଜ୍ଞାସା , କୁଶଳୀ ଓ କ୍ରିଡ଼ାଙ୍ଗନ ନାମକ ଚାରୋଟି କ୍ଲବ ଗଠନ ହୋଇଥିବା ବେଳେ ନିଜର ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ଅତିଥି ସ୍ବାଗତ ସମ୍ବର୍ଦ୍ଧନା କରିଥିବା ବେଳେ ଅଭିଲିପସା ପ୍ରଧାନ, ରିତାଞ୍ଜଳି ପଣ୍ଡା, ସନ୍ତୋଷ କୁମାର ପୃଷ୍ଟି ନଙ୍ଗୁଳି ଚରଣ ପ୍ରଧାନ, ଜିତେନ୍ଦ୍ର ନାୟକଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe