ମାତ୍ର ୪ବର୍ଷ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚାରେ ଲକ୍ଷ୍ମୀକାନ୍ତ

Advertisment
ମାତ୍ର ୪ବର୍ଷ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚାରେ ଲକ୍ଷ୍ମୀକାନ୍ତ

ବରଗଡ଼: ବରଗଡ଼ କୁନି କଳାକାରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମାତ୍ର ୪ବର୍ଷ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚା ସାଉଁଟି ଚାଲିଛନ୍ତି ଏହି ବିସ୍ମୟ ବାଳକ ।

ବରଗଡ଼ ଜିଲ୍ଲାର ଭେଡ଼େନ୍ ବ୍ଲକ ଅଏଁଳାପାଲି ଗାଁର ଲକ୍ଷ୍ମୀକାନ୍ତ ବାରିକ ପରିବାର ସହିତ ବସବାସ କରନ୍ତି। ପିଲାଦିନୁ ମୃଦଙ୍ଗ ବଜାଇବା ପ୍ରତି ଲକ୍ଷ୍ମୀକାନ୍ତଙ୍କ ଥିଲା ଦୁର୍ବଳତା। ତେଣୁ ଖୁବ ଅଳ୍ପ ବୟସରୁ ମୃଦଙ୍ଗ ଶିଖିବା ଆରମ୍ଭ କରିଥିଲେ ସେ। ଏବେ ତାଙ୍କୁ ମାତ୍ର ୪ବର୍ଷ ହୋଇଥିବା ବେଳେ ଖୁବ ଚମତ୍କାର ଭାବେ ନିଜର ମୃଦଙ୍ଗ ବଜାଇବା କଳାକୁ ପ୍ରଦର୍ଶନ କରୁଛନ୍ତି । ଆଉ ତାଙ୍କୁ ମୃଦଙ୍ଗ ବଜାଇବା ପ୍ରଶିକ୍ଷଣ ଦେଉଥିବା ଗୁରୁବି ଲକ୍ଷ୍ମୀକାନ୍ତ ବାରିକଙ୍କ କଳାକୁ ଦେଖି ଖୁସି ହୋଇଯାଇଛନ୍ତି।

ବିସ୍ମୟ ବାଳକ ଲକ୍ଷ୍ମୀକାନ୍ତ ବାରିକ ବିଭିନ୍ନ ମନ୍ତ୍ର, ଶ୍ଳେକ ଏବଂ ଢଗ ଢମାଳି ସହିତ ଅତି ସୁନ୍ଦର ଭାବେ ମୃଦଙ୍ଗ ବଜାଉଛନ୍ତି । କରୋନା ମହାମାରୀ ସମୟରେ ବାହାରକୁ ବାହାରିବା ପାଇଁ ମନା କରାଯାଉଥିବା ବେଳେ ଲକ୍ଷ୍ମିକାନ୍ତଙ୍କ ଏହି କଳା ଲୋକଙ୍କୁ ବେଶ ଆକୃଷ୍ଟ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe