ଖଡ଼ିଆଳରେ ମିଶନ ଶକ୍ତି ଦ୍ୱାରା ବ୍ଲକ ସ୍ତରୀୟ ଋଣ ମେଳା

Advertisment
ଖଡ଼ିଆଳରେ ମିଶନ ଶକ୍ତି ଦ୍ୱାରା ବ୍ଲକ ସ୍ତରୀୟ ଋଣ ମେଳା

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ଠାରେ ମିଶନ ଶକ୍ତି ଦ୍ୱାର ବ୍ଲକ ସ୍ତରୀୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରି ଆର୍ଥିକ ସହାୟତା ପ୍ରଦାନ କରାଯିବା ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲୋ

ଋଣ ମେଳାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ଜିଲ୍ଲା ପରିଷଦ ଲମ୍ବୋଦର ନିଆଳ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଖଡ଼ିଆଳ ପଞ୍ଚାୟତ ସମିତ ଅଧ୍ୟକ୍ଷ ବାଳକୃଷ୍ଣ ଶବର, ସିଡିପିଓ ଖଡ଼ିଆଳ ମନ କୁମାରୀ ଲମ୍ବୋ, ଖଡିଆଳ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଦେବଷିଶ ସିହ୍ନା, ଡିପିଏସ ରାମଚନ୍ଦ୍ର ତାଣ୍ଡି, ଡିଏମଏସଏ ନର୍ମଦା ବେହେରା, ବିପିସି ସମ୍ପଦ ଦାସ, ଧନିରାମ ଶବର, ରାଜେଶ ଭିତ୍ରିୟା, ଖଡିଆଳ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ କରୁଣାକର କୁମାର, ମିନା କୁମାରୀ ଅଗ୍ରୱାଲ, ଜୟଶ୍ରୀ ପ୍ରଧାନ, ଦମୟନ୍ତୀ ଜେନା, ଶକୁନ୍ତଳା ନାଗ, କଳ୍ପନା ରାଉତ, ତୁଲସୀ ରାଉତ, ସନ୍ଧ୍ୟାରାଣୀ ଶତପଥୀ, ସରସ୍ୱତୀ ବିଶି, ଲଲିତା ଦେଇ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ଖଡ଼ିଆଳ ବ୍ଲକ ତରଫରୁ ୩୭୬ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୪ କୋଟି ୪୭ ଲକ୍ଷ ୪୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଋଣ ମେଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଟେରାକୋଟା, ସମ୍ବଲପୁରୀ ବସ୍ତ୍ର, ଛତୁ ଓ ପନିପରିବା ବିଭିନ୍ନ ବସ୍ତୁ ପ୍ରଦର୍ଶନ କରାଯାଇଥିଲା । ସୂଚନାଯୋଗ୍ୟ, ଖଡିଆଳ ବ୍ଲକରେ ମୋଟ ୨୦୧୯ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠିତ ହୋଇ ସଫଲତା ସହ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe