ବ୍ରାଉନସୁଗାର କିଣିବାକୁ ଯାଇଥିଲେ ଯୁବକ, ଲକେଟ ଚୋରି କରିବାରୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ

Advertisment
ବ୍ରାଉନସୁଗାର କିଣିବାକୁ ଯାଇଥିଲେ ଯୁବକ, ଲକେଟ ଚୋରି କରିବାରୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ

ବାଲେଶ୍ୱର: ବ୍ରାଉନସୁଗାର କିଣିବାକୁ ଯାଇଥିବା ଯୁବକ ଶନିବାର ଅପରାହ୍‌ଣରେ ନିସ୍ତୁକ ମାଡ଼ ଖାଇଛି। ବାଲେଶ୍ୱର ରୁପ୍ସା ଥାନା ଅନ୍ତର୍ଗତ ଛାନୂଆ ଗାଁରେ ଆଜି ଏହି ଘଟଣା ଦେଖିବାକୁ ମିଳିଛି। ଉତ୍ତେଜିତ ଲୋକେ ଚୋରି ଅଭିଯୋଗରେ ଯୁବକଙ୍କୁ ର୍ନିଧୁମ ମାଡ଼ ଦେଇଛନ୍ତି।

ଗାଁ ଲୋକଙ୍କର ଅଭିଯୋଗ ଅନୁସାରେ ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ହଳଦୀପଦା ଗ୍ରାମର ଭାଗ୍ୟଧର ସାହୁ ଆଜି ଛାନୁଆ ଗ୍ରାମକୁ ବ୍ରାଉନସୁଗାର କଣିବାକୁ ଯାଇଥିଲା। ସେ ଗାଁର ରୀନା ଦଳେଇ ନାମରେ ଜଣେ ମହିଳାଙ୍କ ଠାରୁ ବ୍ରାଉନସୁଗାର କିଣିଥିଲା। ଏହାରି ମଧ୍ୟରେ ସୁଯୋଗ ଦେଖି ଜଣେ ଶିଶୁର ବେକରୁ ଏକ ଲକେଟ ଚୋରି କରିଥିଲା। ଭାଗ୍ୟଧର ଗାଁରୁ ଖସିଯିବା ପୂର୍ବରୁ ଲୋକେ ତାକୁ କାବୁ କରି ନେଇଥିଲେ। ସେମାନେ ଭାଗ୍ୟଧରକୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଭାଗ୍ୟଧର ମାଡ଼ ଖାଇ ଚିତ୍କାର କରୁଥିବା ବେଳେ କିଛି ଯୁବକ ଖୁସିରେ ଏହାର ଭିଡିଓ ପ୍ରସ୍ତୁତ କରୁଥିଲେ।

publive-image

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ମାତ୍ର ଗାଁ ଲୋକେ ପୁଲିସକୁ ଭାଗ୍ୟଧରଙ୍କ ନିକଟକୁ ପହଂଚିବାକୁ ପ୍ରଥମେ ବାରଣ କରିଥିଲେ। ସେମାନଙ୍କ କହିବା ଅନୁସାରେ ଭାଗ୍ୟଧର ଯେଉଁ ମହିଳାଙ୍କ ଠାରୁ ବ୍ରାଉନସୁଗାର କିଣିଛି, ପ୍ରଥମେ ତାକୁ ଗିରଫ କରାଯାଉ। ପରେ ଭାଗ୍ୟଧରକୁ ପୁଲିସ ଉଦ୍ଧାର କରି ଥାନାକୁ ନେଇ ଯାଇଛି। ଭାଗ୍ୟଧରର ପକେଟରୁ ଏକ ବ୍ରାଉନସୁଗାର ପ୍ୟାକେଟ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe