କରୋନା ରୋଗୀଙ୍କ ମୃତଦେହ ପୋତାକୁ ନେଇ ଉତ୍ତେଜନା: ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ

Advertisment
କରୋନା ରୋଗୀଙ୍କ ମୃତଦେହ ପୋତାକୁ ନେଇ ଉତ୍ତେଜନା: ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ରାୟଗଡ଼ା: କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମୃତଦେହକୁ ଗାଁ ନିକଟରେ ପ୍ରଶାସନ ପକ୍ଷରୁ ପୋତା ଯାଉଥିବାକୁ ନେଇ ସାଙ୍କେଶରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ପ୍ରଶାସନର ଏପରି କାର୍ଯ୍ୟକୁ ବିରୋଧ କରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କରୋନା ରୋଗୀଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ଉପର ସାଙ୍କେଶ କଲୋନୀ ଗ୍ରାମ ତଥା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ମା ସାଙ୍କେଶ୍ୱରୀ ମନ୍ଦିର ପଛପଟ ସ୍ଥାନରେ ପୋତି ଦିଆଯାଉଛି। ଏହି ସ୍ଥାନକୁ ଅନେକ ସମୟରେ ପର୍ଯ୍ୟଟକ ବଣଭୋଜି କରିବାକୁ ଆସୁଥିବା ବେଳେ ଗାଁ ଲୋକ ମଧ୍ୟ ବିଭିନ୍ନ କାମରେ ବ୍ୟବହାର କରି ଆସୁଛନ୍ତି। ବର୍ତ୍ତମାନ କରୋନା ରୋଗୀଙ୍କ ମୃତ୍ୟୁ ଦେହ ପୋତା ଯାଉଥିବାରୁ ଆଗାମୀ ଦିନରେ ଏହି ଅଞ୍ଚଳରେ କରୋନା ବ୍ୟାପିବା ଆଶଙ୍କା ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଅପରାହଣ୍ ସାଢେ ୪ଟାରେ ଗ୍ରାମବାସୀ ବିକ୍ଷୋଭ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ରାୟଗଡ଼ା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଏସଆଇ ମାନସ କୁମାର ସାହୁ, ଏଏସଆଇ ଚିତରଂଜନ ମହାନ୍ତି, କୃଷ୍ଣଚନ୍ଦ୍ର ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା ଘଟଣାସ୍ଥଳରେ ପଂହଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ଯାଇ ଉତ୍ତେଜିତ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଆଉ ଉକ୍ତ ଅଂଚଳରେ ମୃତଦେହ ପୋତା ଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe